ଆସନ୍ତା ଶୁକ୍ରବାର ଶିବରାତ୍ରୀ, ଜାଗର ଯାତ୍ରା ପାଇଁ ସାରା ରାଜ୍ୟର ଶୈବ ପୀଠ ଚଳଚଞ୍ଚଳ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସନ୍ତା ଶୁକ୍ରବାର ଶିବରାତ୍ରୀ । ଜାଗର ଯାତ୍ରା ପାଇଁ ରାଜ୍ୟର ସମସ୍ତ ଶୈବ ପୀଠରେ ଚାଲିଛି ଜୋରଦାର ପ୍ରସ୍ତୁତି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ରାଜ୍ୟର ସବୁ ଭାଗରେ ରହିଛି ଅନେକ ବଡ଼ ବଡ଼ ଶୈବ ପୀଠ ।

AKHANDALAMANI

ସେ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ହୁଅନ୍ତୁ ଅବା ଭଦ୍ରକ ଆରଡ଼ିର ଆଖଣ୍ଡଳମଣି । ସବୁଠାରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଥାଏ । ଭକ୍ତମାନେ ଜାଗର ଉପବାସ କରି ସେହିଦିନ ଅନ୍ନ ତ୍ୟାଗ କରିଥାନ୍ତି । ଆଉ କିଛି ମହାଦୀପ ଉଠିବା ଯାଏ ଉପବାସ ରଖନ୍ତି ।

PANCHALINGESWARଶ୍ରଦ୍ଧାଳୁମାନେ ସାରା ଦିନ ଦୀପ ଜାଳି ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଓଁ ନମ ଶିବାୟ ଓ ତ୍ରୟମ୍ବକମ୍‌ ଯଜାମହେ… ମନ୍ତ୍ରରେ କମ୍ପି ଉଠେ ସାରା ପରିବେଶ । ଲିଙ୍ଗରାଜ, ଆଖଣ୍ଡଳମଣି, କଟକର ଧବଳେଶ୍ୱର ଭଳି, କୋରାପୁଟର ଗୁପ୍ତେଶ୍ୱର, ମୟୁରଭଞ୍ଜ ଶିମଳା ଓ ମାଣତ୍ରୀ, ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର, ସମ୍ବଲପୁର ସ୍ଥିତ ହୁମ୍ମାର ବକ୍ର ମନ୍ଦିର,

MAHENDRAGIRI

ଝାରସୁଗୁଡ଼ାର କୋଇଲିଘୋଘର, ମାଲକାନଗିରି ମଲ୍ଲିକେଶ୍ୱର, ରାୟଗଡ଼ାର ଥେରୁବାଲି ନିକଟ ପାତାଳେଶ୍ୱର ଓ କଲ୍ୟାଣସିଂହପୁର ସ୍ଥିତ ଦେବଗିରି, ଗଞ୍ଜାମ ଜିଲ୍ଲାରେ ଧବଳେଶ୍ୱର, ବରଗଡ଼ ଗାଇସିମାର ବରାଡ଼ ବାଲୁଙ୍କେଶ୍ୱର, ଗଜପତି ଜିଲ୍ଲାର ମହେନ୍ଦ୍ର ଗିରିର ଗୋକର୍ଣ୍ଣେଶ୍ୱର, ପୁରୀର ଲୋକନାଥଙ୍କ ପୀଠରେ ପ୍ରଭଳ ଜନସମାଗମ ହୁଏ ।

PATALESWARସେହିପରି ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବପୀଠ ଏବଂ ଶିବ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇଉଠେ ଶିବରାତ୍ରୀ ଦିନ । ଏଥର ମଧ୍ୟ ସବୁଠାରେ ଜୋରଦାର ପ୍ରସ୍ତୁତି ଚାଲିଛି ।

HUMMA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.