ରାଜ୍ୟ

ଏଥର ବାଲିଯାତ୍ରାରେ ନୂଆ ରୂପରେ ‘‘କଟକ ଇନ୍‌ କଟକ’’; ଜାଣନ୍ତୁ ଚଳିତ ବର୍ଷ କଣ ରହିବ ବାଲିଯାତ୍ରାର ସ୍ୱତନ୍ତ୍ରତା

କଟକ : ପାଖେଇ ଆସୁଛି ବାଲିଯାତ୍ରା । ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି କଟକର ବିଶ୍ୱପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା l ସେଥିପାଇଁ ଚଳ ଚଞ୍ଚଳ କଟକ ସହର l ସବୁ ବର୍ଷ ପରି ଏଥର ମଧ୍ୟ ଜମିବ ବାଲି ଯାତ୍ରା । ଏଥର ବାଲିଯାତ୍ରାର ଆକର୍ଷଣ ସାଜିବ ଚେନ୍ନାଇର ଟନେଲ ଆକ୍ୱାରିୟମ୍‌। ‘‘କଟକ ଇନ୍‌ କଟକ୍‌’’ କୁ ମଧ୍ୟ ଏକ ନୂଆ ରୂପ ଦେବା ପାଇଁ ଚାଲିଛି ପ୍ରୟାସ।

ଚଳିତ ବର୍ଷ ବାଲିଯାତ୍ରାକୁ କିପରି ଆହୁରି ଆକର୍ଷିତ ହୋଇପାରିବ ସେଥିପାଇଁ ରାଜ୍ୟ ସରକାର , ଜିଲ୍ଲାପ୍ରଶାସନ ଏବଂ ସିଏମସି ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି l ଗତବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିବା “କଟକ ଇନ କଟକ” କୁ ଚଳିତବର୍ଷ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରୁଛି ପ୍ରଶାସନ। ଗାଁ ଚାଲିଚଳଣି , ସଂସ୍କୃତି ପରମ୍ପରା ଆଦିକୁ ସ୍ଥାନ ଦିଆଯାଇ ନୁଆ ରୁପରେ , ନୁଆ ଢଙ୍ଗରେ ପ୍ରସ୍ତୁତ କରାଯିବ । ଗାଁ ପୋଖରୀ, ମନ୍ଦିର, ଭାଗବତ ଟୁଙ୍ଗି,ଗାଇ ଗୁହାଳ, ଚାଷ କାର୍ଯ୍ୟ କିପରି ହୁଏ, ମାଟି ଚାଳ ଘର, ଚୁଲି ଆଦି ସମ୍ପୂର୍ଣ୍ଣ ଗାଁ ଚାଲିଚଳଣି ଯେପରି ରହେ ସେଭଳି ଲୁକ ଦିଆଯିବ କଟକ ଇନ କଟକକୁ । ସେଥିପାଇଁ କଟକ ଇନ କଟକରେ କାମ ଆଗେଇ ଚାଲିଛି l

କାରିଗର ମାନେ ବାଲିଯାତ୍ରା ଆଗରୁ ଏସବୁ କାର୍ଯ୍ୟ ସାରିବେ ବୋଲି ମଧ୍ୟ ଲକ୍ଷ୍ୟ ରଖିଛନ୍ତି l ବାଉଁଶ, କାଠ, ଛଣ ଏବଂ ପ୍ଲାଏ ବୋଡ଼ରେ ଏହି ସବୁ ତିଆରି ଚାଲିଛି l ଏହି ଭଳି ଭାବରେ ଏଥର କଟକ ଇନ କଟକ ପ୍ୟାଭିଲିୟନ ଲୋକଙ୍କୁ ବେଶ ଆକର୍ଷିତ କରିବ l ଏବଂ ଯାହାକି ପ୍ରଥମ ଥର ପାଇଁ ଏକ କୁତ୍ରିମ ଗାଁର ରୂପ ରେଖକୁ ବାଲିଯାତ୍ରାକୁ ଆସିଥିବା ଦଶର୍କଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ l ଏହା ସହ ଚଳିତବର୍ଷ ବାଲିଯାତ୍ରାର ଆଉ ଏକ ଆକର୍ଷଣ ପାଲଟିବା ପାଇଁ ଯାଉଛି ଟନେଲ ଆକ୍ୱାରିଅମ୍। ଯାହା ଦର୍ଶକଙ୍କୁ ମିଳିବ ବ୍ୟାଙ୍କକ୍‌ର ମଜା । ତେବେ ଟନେଲ ଭିତରେ ବିଭିନ୍ନ ପ୍ରକାର ମାଛ, ଭଗବାନ୍ ବିଷ୍ଣୁଙ୍କ ପାତାଳୀ ଅବତାର, ଜଳ ପରି, ଦ୍ବାରିକା ନଗରୀ, ଟାଇଟାନିକ ଜାହାଜ ଭଳି ଅନେକ ଆକର୍ଷଣୀୟ ବସ୍ତୁ ଦେଖିବାକୁ ମିଳିବ। ଚଳିତ ବର୍ଷ ଗ୍ରାମୀଣ ପରିବେଶର ଅନୁଭୂତି ସହ ଲୋକେ ଟନେଲ ଆକ୍ୱାରିଅମ୍ ଭିତରେ ନେଇପାରିବେ ଜଳ ସାଗରର ଅନୁଭୂତି ।

ସେପଟେ ଐତିହାସିକ ଗଡ଼ଗଡ଼ିଆ ଘାଟରେ ମେଲିବ ପୂର୍ବ ଭାରତର ସର୍ବବୃହତ ଟ୍ରେଡ୍‌ ଫେୟାର୍‌ । ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି ।ବାଲିଯାତ୍ରା ପଡ଼ିଆରେ ଷ୍ଟଲ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପଡ଼ିଆରେ ପହଞ୍ଚିଲାଣି ବିଭିନ୍ନ ପ୍ରକାରର ବ୍ୟବସାୟୀକ ସାମଗ୍ରୀ । ସେହିପରି ବାଲିଯାତ୍ରାର ପ୍ଲଟ୍‌ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ବ୍ୟବସାୟୀ ମାନେ ନିଜ ନିଜ ନାମରେ ପ୍ଲଟ କିଣିଛନ୍ତି । ତେବେ ଯେଉଁ ପ୍ଲଟ୍‌ ଗୁଡ଼ିକ ନିଲାମ ନ ହୋଇ ରହିଯାଇଛି ସେଗୁଡ଼ିକ ଖୁବ୍‌ ଶୀଘ୍ର ସ୍ୱତନ୍ତ୍ର ନିଲାମ ପ୍ରକ୍ରିୟାରେ ବ୍ୟବସାୟୀ ମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।

KNews Bureau

Recent Posts

ନିର୍ବାଚନ କମିଶନଙ୍କ ଘୋଷଣା: ୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ, ଜୁଲାଇ ୧୦ରେ ଭୋଟ

ନିର୍ବାଚନ କମିଶନ ଦେଶର ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ନିର୍ବାଚନ କମିଶନ…

2 mins ago

କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ୩ ସାଂସଦଙ୍କୁ ନବୀନ ଜଣାଇଲେ ଶୁଭେଚ୍ଛା, ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

ନବୀନଙ୍କ ଶୁଭେଛା, ଧର୍ମେନ୍ଦ୍ରଙ୍କ ଧନ୍ୟବାଦ । ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଥିବା ୩ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି…

11 mins ago

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟ ସନ୍ଧ୍ୟା କାହିଁକି ! କଣ ରହିଛି ଏହା ପଛର କାରଣ ?

ଭାରତୀୟ ଗଣତନ୍ତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

14 mins ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି : ସୁରେଶ ରାଉତରାୟ

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି ।  କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା ବଢ଼ିବାରେ…

41 mins ago

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା…

1 hour ago

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ…

2 hours ago