ବିଶ୍ୱକପ ହକି ପ୍ରସ୍ତୁତି : ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ, ୮ଶହ ସିସିଟିଭି କ୍ୟାମେରା

ଭୁବନେଶ୍ୱର(କେନ୍ୟୁଜ୍‌) : ବିଶ୍ୱକପ ହକି ପ୍ରସ୍ତୁତିକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ନିରୀକ୍ଷଣ ପାଇଁ ବିଭିନ୍ନ ପଏଣ୍ଟରେ ୮ଶହ ସିସିଟିଭି କ୍ୟାମେରା ଲଗାଯାଇଛି। ସୁରକ୍ଷା ପରିଚାଳନା ଦାୟିତ୍ୱରେ ଅତିରିକ୍ତ ଡିସିପି ରାଙ୍କର ଅଫିସର ରହିବେ।

ଖେଳାଳିଙ୍କ ମୁଭମେଣ୍ଟକୁ ନେଇ ପରିଚାଳନା ହେବ ଟ୍ରାଫିକ। ଟ୍ରାଫିକ ମୁଭମେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦେଇଛି ପୋଲିସ। ୧୦ଟି ନୂଆ ଏଡ଼ ପୋଷ୍ଟ ସହ ୧୬ଟି ହେଲ୍ପ ଡେକ୍ସ କରାଯାଇଛି। ଗ୍ରାଫିକ୍ସ ମାଧ୍ୟମରେ ଟ୍ରାଫିକ ରୁଟ ଚାଟ ଜଣାଇବ ପୋଲିସ।

କାଲି ଉଦଘାଟନୀ ଉତ୍ସବ ପାଇଁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ହେଭି ଭେଇକିଲ ବନ୍ଦ କରାଯିବ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମିତ୍ର, ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟର କିଛି ସ୍ୱେଚ୍ଛାସେବୀ ସଂସ୍ଥାଙ୍କର ସହଯୋଗ ନେବ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.