Categories: ରାଜ୍ୟ

ବରଗଡ଼ ଓ ଧର୍ମଗଡ଼ରେ ଜୋରସୋରରେ ଚାଲିଛି ଜଗତଜନନୀଙ୍କ ପୂଜା ପ୍ରସ୍ତୁତି

ଭୁବନେଶ୍ବର (କେନ୍ଯୁଜ୍) : ଧରାପୃଷ୍ଠରେ ଅବତରଣ କରିବେ ମାଆ ଜଗତଜନନୀ । ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ଦେଖିବା ବରଗଡ଼ ଓ ଧର୍ମଗଡ଼ରେ ବିଭିନ୍ନ ପୂଜା କମିଟି ପକ୍ଷରୁ କିପରି ଚାଲିଛି ପୂଜା ପାଇଁ ପ୍ରସ୍ତୁତି ।  ଆରମ୍ଭ ହୋଇଗଲାଣି ମାଆଙ୍କ ଷୋଡଶ ଉପଚାର । ଧରାପୃଷ୍ଠରେ ବିଜେ କରିବେ ମାଆ ଜଗତଜନନୀ । ଏନେଇ ଧର୍ମଗଡର ବେହେରା ଗାଁରେ ଜୋରସୋରରେ ଚାଲିଛି ପ୍ରସ୍ତତି । ମୂର୍ତ୍ତି ସାଜସଜ୍ଜା ସାଙ୍ଗକୁ ରଙ୍ଗୀନ ତୋରଣମାଳାରେ ଝଲସିବ ସାରା ଅଞ୍ଚଳ । ଚଳିତବର୍ଷ ମୁଖ୍ୟ ଆକର୍ଷଣ ରହିଛି ମାଆଙ୍କ ଦଶବତାର । ସେପଟେ ପେଣ୍ଡାଲରେ ଧୂମ୍‌ ମଚାଇବାକୁ ସଜବାଜ ହେଲେଣି ଅର୍କେଷ୍ଟ୍ରା ପାର୍ଟି ।

ସେହିପରି ଦୂର୍ଗାପୂଜା ପାଇଁ ବରଗଡ଼ ସୋହେଲା ଗାଁ ମଧ୍ୟ ଉତ୍ସବମୁଖର । କିଏ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ତ, ଆଉ କିଏ ମୂର୍ତ୍ତିରେ ରଙ୍ଗ ଦେବାରେ ବ୍ୟସ୍ତ । ଚଳିତବର୍ଷ ଜିଲ୍ଲାରେ ପ୍ଲାଟିନମ୍‌ ଜୁବ୍‌ଲି ମନାଯାଉଥିବାରୁ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

KNews Bureau

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

14 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

16 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

51 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago