କାଲି ଶୀତଳ ଷଷ୍ଠୀ ଯାତ୍ରା, ଦେବ ଦମ୍ପତିଙ୍କ ବାହାଘର ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର

ସୁବର୍ଣ୍ଣପୁର (କେନ୍ୟୁଜ): କାଲି ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଧୂମଧାମରେ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଉଭୟ ବର ଓ କନ୍ୟା ଘର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷକରି ମାତା ପାର୍ବତୀଙ୍କ ବାପଘର ସାଜିଥିବା ହିମାଦ୍ରୀ ନଗରସ୍ଥିତ ଗୋପାଳ ଭୁତଙ୍କ ଘରେ ଚାଲିଛି ଜୋରସାର ପ୍ରସ୍ତୁତି । ଏହିଦିନ ଏକତ୍ର ଅଷ୍ଟ ଶମ୍ଭୁ ଅଷ୍ଟ ବିଷ୍ଣୁଙ୍କୁ ଦର୍ଶନ କରିବା ସହିତ ନବ ବିବାହିତ ଦେବ ଦମ୍ପତିଙ୍କ ଆର୍ଶୀବାଦ ଭିକ୍ଷା କରିଥାନ୍ତି ଭକ୍ତ । ଉତ୍ସବରେ ସାମିଲ ହେବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ପ୍ରବଳ ଭିଡ଼ ଜମେ।

ଚଳିତ ବର୍ଷ ଯାତ୍ରା କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଯାତ୍ରା ପରିଚଳନା କମିଟି , ଦେବୋତ୍ତର ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଇଛି । ଏହି ଯାତ୍ରାର ବିଶେଷ ଆକର୍ଷଣ ୧୦୮ ତୋଳାର ସୁନା ନାଗ ମୂର୍ତି ଓ ଶିବ ପାର୍ବତୀଙ୍କ ସହିତ ସହରର ସମସ୍ତ ଦେବା ଦେବୀଙ୍କୁ ମହଣ ମହଣ ରୂପାରେ ନିର୍ମିତ ପାଲିଙ୍କି ରେ ଏକାଠି ଦର୍ଶନ କରିବାର ଅପୂର୍ବ ସୁଯୋଗ ମିଳିଥାଏ । ଯାହାକି ବର୍ଷ କୁ ଥରେ ଏହି ସୁଯୋଗ ସାଧାରଣ ଜନତା ଭକ୍ତ ଶ୍ରଦ୍ଧାଳୁ ପାଇଥାନ୍ତି ।

You might also like