ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି, ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ପୁରୀ : ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆସନ୍ତା ୧୪ ତାରିଖ ଦିନ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଆଗମନ ଲାଗି ପ୍ରସ୍ତୁତ ହେଉଛି ଦୋଳବେଦୀ । ଏନେଇ ଦୋଳ ବେଦୀକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ସହ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୋଳବେଦୀ ଚତୁର୍ପାଶ୍ୱକୁ ସଫା କରାଯାଇ ବେଦୀ ଉପରେ ଚାନ୍ଦୁଆ ଲଗାଇବା ପାଇଁ ଲୁହା ସେଡ ଲଗାଯାଇଛି ।
ମହାପ୍ରଭୁଙ୍କ ନିମନ୍ତେ ୧୯ଟି ଚାନ୍ଦୁଆ ଦୋଳବେଦୀରେ ଲଗାଯିବ। ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ ନେଇ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି । ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ବେଦୀକୁ ଆସିବା ପରେ ବାହାର ଓ ଭିତର ପ୍ରଦକ୍ଷଣ କରିବା ସହ ଦୋଳବେଦୀରେ ବିଜେ କରିଥାନ୍ତି । ଏହି ସମୟରେ ଭକ୍ତମାନେ ଯେଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦୋଳବେଦୀ ଠାରେ ପାନୀୟ ଜଳର ବ୍ୟବସ୍ଥା ସହ ସେଡର ବ୍ୟବସ୍ଥା କରାଯାଇଛି ।
ଆହୁରି ପଢ଼ନ୍ତୁ : ମୁନସୀ ମେଳଣରେ ରଙ୍ଗ ଖେଳିଲେ ପୋଲିସ ଜନତା, ସଂସ୍କୃତି ଓ ପରମ୍ପରାରର ନିଆରା ଝଲକ