କିଏ କହିଲା ଆମ ପରମ୍ପରା ଆଉ ସଂସ୍କୃତି ହଜିଗଲାଣି । କିଛି କଳାକାରଙ୍କୁ ଦେଖିଲେ ଏମିତି ଭାବନା ମନରୁ ଦୁରେଇ ଯିବ । କଳାକାରମାନେ ନିଜର ନିଖୁଣ କଳା ପ୍ରଦର୍ଶନ କରି ହୋଇ ପାରିଛନ୍ତି ପାରଙ୍ଗମ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଓଳାଭର ବଣିକ ସଙ୍ଘ ଆନୁକୂଲ୍ୟରେ ମା ଗଜଲକ୍ଷ୍ମୀ ନାଟ୍ୟ ପରିଷଦ ମାଧ୍ୟମରେ ବ୍ଲକର ୨୯ଟି ପଞ୍ଚାୟତରୁ ବଛା ବଛା କଳାକାରମାନଙ୍କୁ ନେଇ ଦୁଇବର୍ଷ ହେବ ଆରମ୍ଭ ହୋଇଛି ନୁଆ ପ୍ରୟାସ । ଗାଁ ଗହଳିର କଳାକାରମାନଙ୍କୁ ନେଇ ସାମାଜିକ ନାଟକ, ପୌରାଣିକ ନାଟକ, ନୃତ୍ୟ ଆଦି ଜରିଆରେ ସୁଯୋଗ ଦେଇ ତିଆରି ହେଉଛି ସେମାନଙ୍କର ନୂଆ ପରିଚୟ । ଏହି କଳାକାରମାନେ ବି କମ ନୁହଁନ୍ତି ନିଜର ନିଖୁଣ କଳା ପଦର୍ଶନ କରି ହୋଇପାରିଛନ୍ତି ବେଶ ପ୍ରଶଂଶିତ ।
ପ୍ରତ୍ୟକ ବର୍ଷ ଗଜଲକ୍ଷ୍ମୀ ପୂଜାରେ ପାଞ୍ଚଦିନ ଧରି ଓଳାଭର କାଳୀ ପଡିଆରେ ଅନୁଷ୍ଠିତ ହୁଏ ପାଲା, ପୌରାଣିକ ନାଟକ, ସାମାଜିକ ନାଟକ ଏ ବର୍ଷ ମଧ୍ୟ ଅଞ୍ଚଳର ବଛା ବଛା କଳାକାରମାନଙ୍କୁ ନେଇ ଆରମ୍ଭ ହୋଇଛି ଆଖଡ଼ା । ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଧୁମଧାମରେ ଚାଲିଛି । ନିଜ କଳା ପ୍ରଦର୍ଶନ କରି ଲୋକଙ୍କ ହୃଦୟ ଜିତୁଛନ୍ତି ଏମାନେ । କଳା କ୍ଷେତ୍ରରେ ଏମାନେ ଅନେକ ଆଗକୁ ବଢନ୍ତୁ ଏତିକି କାମନା ।