ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ’ପାଇଁ ପ୍ରସ୍ତୁତି ଜୋରଦାର, କଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପ୍ରଥମ ଏୟାର ସୋ’ ପାଇଁ ପ୍ରସ୍ତୁତି ଜୋରଦାର । ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ’ ହେବ । କଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍‌ । ତାପୂର୍ବରୁ ଆଜି ଦିନ ୧୦ଟା ବେଳେ ଫୁଲ ଡ୍ରେସ ରିହରସିଲ କରିବ ସୂର୍ଯ୍ୟକିରଣ ଟିମ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ବାୟୁସେନାର ୧୧ ହକ୍‌ ବିମାନ । ଗତକାଲି ସର୍ଟିଂ ଓ ମ୍ୟାପିଂ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପାଇଲଟ ଓ ଗ୍ରାଉଣ୍ଡ ଷ୍ଟାଫ୍‌ ।

୧୮ରୁ ୨୦ମିନିଟର ହେବ ସୂର୍ଯ୍ୟକିରଣ ସୋ’ । ସୋ’ର ପ୍ରଥମ ପର୍ଯ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡ଼ିବ । ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲେଖାଏ ବିମାନ ୧୬ଶହ କିମି ପ୍ରତି ଘଣ୍ଟା ବେଗରେ ୨୦୦ରୁ ୩୦୦ ଫୁଟ ଉଚ୍ଚରେ ସୋ’ ଦେଖାଇବେ । ମାଟି ଠାରୁ ୫୦୦ରୁ ହଜାରେ ଫୁଟ ଉଚ୍ଚରେ ହକ ଫାଇଟ୍‌ ଜେଟ୍‌ରେ ସୋ’ ଦେଖାଇବ ବାୟୁସେନା । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ସୁରକ୍ଷା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି । ସେପଟେ ସୁରକ୍ଷା ବ୍ୟବସ୍ଥାରେ ରହିବେ ୨୦ପ୍ଲାଟୁନ ପୋଲିସ ଓ ୧୦୦ରୁ ଅଧିକ ପୋଲିସ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.