ଆସୁଛି ଶୀତଳଷଷ୍ଠୀ: ବାହା ହେବେ ଶିବ-ପାର୍ବତୀ, ଚାଲିଛି ପ୍ରସ୍ତୁତି

ସମ୍ବଲପୁର (କେନ୍ୟୁଜ): ଶୀତଳ ଷଷ୍ଠୀ ପାଇଁ ଏବେ ଚଳ ଚଞ୍ଚଳ ସମ୍ବଲପୁର ସହର । ବିଶେଷ କରି ମାତା ପାର୍ବତୀଙ୍କ ପିତାମାତା ଘରେ ଚଳ ଚଞ୍ଚଳ ଆଉ ଅଧିକ ହୋଇପଡିଛି । ଶ୍ୱଶୁର ଘରେ ମାତା ପାର୍ବତୀଙ୍କ ପାଇଁ ସମସ୍ତ ଚଳନୀୟ ସାମଗ୍ରୀ କିଣାକିଣି କରି ସାରିଛନ୍ତି । ବିବାହ ଉତ୍ସବକୁ ନେଇ କନ୍ୟା ଘରେ ଉତ୍ସବର ବାତାବରଣ ଦେଖା ଦେଇଛି । ଆସନ୍ତା ୩୧ ତାରିଖ ପତରପେଣ୍ଡି କାର୍ଯ୍ୟକ୍ରମ ନନ୍ଦପଡା ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କର ଅନୁଷ୍ଠିତ ହେବ ।  ପାର୍ବତୀଙ୍କୁ ଝିଅ ରୂପେ ପାଇ ବାହାଘର କରିବେ ଏମାନେ ।

ତେଣୁ ଝିଅ-ଜ୍ୱାଇଁଙ୍କୁ ଦେବା ପାଇଁ ସୁନା ଚେନ ମୁଦି, ରୁପା ଅଳଙ୍କାର ସହ କଂସା ବାସନ, ପଲଙ୍କ, ଗଦି କମଳ ଠାରୁ ଆରମ୍ଭ କରି ପାଟ ଶାଢୀ ମଧ୍ୟ କିଣା ସରଛି । ଏମିତିକି ମିଠା ଠାରୁ ଆରମ୍ଭ କରି କୌଣସି ଜିନିଷ ଯେପରି କମ୍ ନ ହୁଏ ସେଥିପ୍ରତି ପରିବାର ଲୋକେ ଦୃଷ୍ଟି ଦେଉଛନ୍ତି ।

Leave A Reply

Your email address will not be published.