ରାଜ୍ୟରେ କିମଛି ବର୍ଷାର ପରିମାଣ, ସ୍ବାଭାବିକ ଠାରୁ ଅତି କମ ହୋଇଥିବାର ହୋଇଛି ରେକର୍ଡ

ରାଜ୍ୟରେ କମିଛି ବର୍ଷାର ପରିମାଣ। ଏଯାଏଁ ସ୍ୱାଭାବିକ ଠାରୁ ୧୮.୯ ପ୍ରତିଶତ କମ୍‌ ବର୍ଷା ରହିଛି। ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ କମ ବର୍ଷା ହୋଇଛି। ଦେବଗଡରେ ୪୧.୮ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡରେ ୪୭.୯ ପ୍ରତିଶତ ବର୍ଷା ହୋଇଛି। ରାଜ୍ୟର ତିନିଟି ଜିଲ୍ଲାରେ ଅଧିକ ବର୍ଷାର ପରିମାଣ ରହିଛି। ଚଳିତ ମୌସୁମୀ ଋତୁରେ ମାଲକାନଗିରିରେ ୩୬.୨ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ କୋରାପୁଟରେ ୩୦.୮ ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରେ ୨୪ ପ୍ରତିଶତ ଅଧିକ ପରିମାଣ ବର୍ଷା ରେକର୍ଡ ହୋଇଛି। ୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ୧୮ଟି ଜିଲ୍ଲାରେ ଏବେ ମଧ୍ୟ ବର୍ଷା ପରିମାଣ କମ ରହିଛି। ମୟୁରଭଞ୍ଜରେ ୩୭ ପ୍ରତିଶତ, ଅନୁଗୁଳରେ ୩୫.୩ ପ୍ରତିଶତ, କେନ୍ଦ୍ରପଡାରେ ୩୪.୬ ପ୍ରତିଶତ, କେନ୍ଦୁଝରରେ ୩୪.୫ ପ୍ରତିଶତ, ବୈଦ୍ଧରେ ୩୪.୧ ପ୍ରତିଶତ, ଗଜପତିରେ ୩୩ ପ୍ରତିଶତ, ବାଲେଶ୍ୱରରେ ୩୧ ପ୍ରତିଶତ କମ ପରିମାଣର ବର୍ଷା ଅଗଷ୍ଟ ୩ ତାରିଖ ସୁଦ୍ଧା ରେକର୍ଡ କରାଯାଇଛି। ତେବେ ଆଗକୁ ବର୍ଷାର ସମ୍ଭାବନା ଥିବାରୁ ପ୍ରଭାବିତ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହେବ ବୋଲି କହିଛନ୍ତି ଡେପୁଟି ଏସଆରସି।