କିଟ୍‍ ଛାତ୍ରୀ ଆକାଂକ୍ଷା କବିଙ୍କ ପୁଣି ଏକ ସଫଳତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ଏନ୍‍ଏସ୍‍ଏସ୍‍ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  କିଟ୍‍ ସ୍କୁଲ୍‍ ଅଫ୍‍ ଲ ଛାତ୍ରୀ ଆକାଂକ୍ଷା କବିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏନ୍‍ଏସ୍‍ଏସ୍‍ ପୁରସ୍କାର ପ୍ରଦାନ କରିଛନ୍ତି । ଗତ କାଲି ୨୦୨୦-୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରାଯାଇଛି । ରାଇସିନା ହିଲ୍‍ସ୍ଥିତ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଟ୍‍ ଲ ଛାତ୍ରୀ ଆକାଂକ୍ଷାଙ୍କ ସମେତ ଓଡ଼ିଶାର ୩ଜଣ ପ୍ରତିଭାବାନ ସ୍ୱେଚ୍ଛାସେବୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।

akanksha

ଏନ୍‍ଏସ୍‍ଏସ୍‍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତିନୋଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‍ ଛାତ୍ରୀ ଆକାଙ୍‍କ୍ଷାଙ୍କୁ ଏହି ପୁରସ୍କାର ମିଳିଥିବାରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା କିଟ୍‍ ବିଶ୍ୱବିଦ୍ୟାଳୟ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି । ପିଲାଟି ଦିନରୁ ଆକାଂକ୍ଷା ବହୁ ପ୍ରତିଭା ସମ୍ପନ୍ନ । ୨୦୦୯ରେ ସେ ଜାତୀୟ ଶିଶୁ ପୁରସ୍କାର ପାଇଥିବା ବେଳେ ୨୦୧୧ରେ କିଟ୍‍ ନହ୍ନିପରୀ ପୁରସ୍କାର ବିଜୟିନୀ ହୋଇଥିଲେ । ଏହା ବ୍ୟତୀତ ନିଜ ପ୍ରତିଭା ପାଇଁ ସେ ୭ଶହରୁ ଊର୍ଦ୍ଧ୍ୱ ପୁରସ୍କାର ଓ ସମ୍ମାନ ପାଇଛନ୍ତି ।

Leave A Reply

Your email address will not be published.