ପାଞ୍ଚଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାଞ୍ଚଦିନିଆ ଗସ୍ତରେ ଆସି ଶେଷ ଦିନରେ ବାଙ୍ଗିରିପୋଷୀରେ ୩ଟି ନୂଆ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମହାମହିମ । ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ଚାକୁଲିଆ ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷ ହେବ ବୋଲି ଆଶା ରଖିଛନ୍ତି ରାଷ୍ଟ୍ରପତି । ଏହା ସହ ଜନଜାତି ଗବେଷଣା ଏବଂ ବିକାଶ କେନ୍ଦ୍ରର ଉଦଘାଟନ କରିବା ସହ ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପରେ ବାଙ୍ଗିରୀପୋଷୀରୁ କଲାଇକଣ୍ଡା ଯାଇ ସେଠାରୁ ନୂଆଦିଲ୍ଲୀ ଯାଇଛନ୍ତି ରାଷ୍ଟ୍ରପତି ।