ଗୋ ସମାବେଶ, ଓମଫେଡକୁ ବିପଣନ ସହାୟତା ଓ ଗିଫ୍ଟମିଲ୍କ କାର୍ଯ୍ୟକ୍ରମର ଉଦଘାଟନ କଲେ ରାଷ୍ଟ୍ରପତି

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓଡିଶା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୋ ସମାବେଶ, ଓମଫେଡକୁ ବିପଣନ ସହାୟତା ଓ ଗିଫ୍ଟମିଲ୍କ ଭଳି ତିନଟି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ।

om

ଏଥିରେ ମୟୂରଭଞ୍ଜ ଜିଲ୍ଲାର ୩ ହଜାର ଚାଷୀଙ୍କୁ ଦୁଧିଆଳୀ ଗାଈ ପ୍ରଦାନ ଏବଂ ୧୯ ଟି ବିଦ୍ୟାଳୟକୁ ଗିଫ୍ଟମିଲ୍କ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶ ସହିତ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

You might also like