ଯୋରନ୍ଦା ଗାଦିର ସଭାପତି ବ୍ରହ୍ମ ଅବଦୁତ ପବିତ୍ର ମୋହନ ବାବାଙ୍କ ୮୫ ବର୍ଷ ବୟସରେ ପରଲୋକ

ଆଠଗଡ(କେ ନ୍ୟୁଜ): ପ୍ରସିଦ୍ଧ ଯୋରନ୍ଦା ଗାଦିର ସଭାପତି ବ୍ରହ୍ମ ଅବଦୁତ ପବିତ୍ର ମୋହନ ବାବାଙ୍କ ୮୫ ବର୍ଷ ବୟସରେ ଯୋବ୍ରା ସ୍ଥିତ ଆଶ୍ରମରେ ଦେହତ୍ୟାଗ କରିଛନ୍ତି । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଗତକାଲି ସଂଧ୍ୟାରେ କଟକ ଯୋବ୍ରା ନିକଟରେ ମହିମା ଆଶ୍ରମ ପରିସରରେ ଦେହାନ୍ତ ହୋଇଛି । ବାବା ଆଠଗଡ଼ର ନଅ ବେଢ଼ା ଅଞ୍ଚଳରେ ଭ୍ରମଣ କରିଥାନ୍ତି ।

ଆଠଗଡ଼ର ଗୋବରା ଗାଁର ମହିମା ଅଲେଖ ଟୁଙ୍ଗୀରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାଯାଇଛି । ବାବଙ୍କ ଶେଷ ଦର୍ଶନ କରୁଛନ୍ତି ଲୋକେ । ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.