ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମାସାଆର୍ମୀର ରାଜ୍ୟ ସଭାପତି, ମୟୂରଭଞ୍ଜକୁ ଅବହେଳା କରାଯାଉଥିବାର କଲେ ଅଭିଯୋଗ

ମୟୂରଭଞ୍ଜର ସାମୁହିକ ବିକାଶ ପାଇଁ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ବରେ ମୟୂରଭଞ୍ଜକୁ ପୁଣିଥରେ ସ୍ବତନ୍ତ୍ର ରାଜ୍ୟ କରିବା ଦାବିରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।

ମୟୁରଭଞ୍ଜ(କେନ୍ୟୁଜ୍):ଓଡିଶା ସହିତ ମିଶ୍ରଣ ଦିନ ଠାରୁ ମୟୂରଭଞ୍ଜକୁ ରେଳ କ୍ଷେତ୍ରରେ,ଶିକ୍ଷା କ୍ଷେତ୍ରରେ,ନିଯୁକ୍ତି କ୍ଷେତ୍ରରେ,ରୋଜଗାର କ୍ଷେତ୍ରରେ,ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ,ପାନୀୟ ଜଳ ସେବା କ୍ଷେତ୍ରରେ,ବିଜୁଳି ସେବା କ୍ଷେତ୍ରରେ,ପର୍ଯ୍ୟଟନ ସ୍ଥଳୀର ବିକାଶ କ୍ଷେତ୍ରରେ,ଆଦିବାସୀ ଭାଷା ସଂସ୍କୃତିର ବିକାଶ କ୍ଷେତ୍ରରେ ବାରମ୍ବାର ଅବହେଳା କରାଯାଉଛି।

ଏହାକୁ ପ୍ରତିବାଦ କରି ତଥା ମୟୂରଭଞ୍ଜର ସାମୁହିକ ବିକାଶ ପାଇଁ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ବରେ ମୟୂରଭଞ୍ଜକୁ ପୁଣିଥରେ ସ୍ବତନ୍ତ୍ର ରାଜ୍ୟ କରିବା ଦାବିରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ଜାନୁଆରି ୧ ତାରିଖ ଠାରୁ ଆରମ୍ଭ କରାଯାଇଥିବା ବାରିପଦାରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରାକୁ ପହଞ୍ଚିବା ପାଇଁ ଦୀର୍ଘ ୪୭ ଦିନର ସଂଗ୍ରାମ ପରେ ଦିଲ୍ଲୀ ପହଞ୍ଚିଥିଲେ ।

୫୩ ଦିନରେ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ମୟୂରଭଞ୍ଜକୁ ପୁଣିଥରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ମୟୂରଭଞ୍ଜ ବାସୀ ଯଦି ଜାତି ଧର୍ମ ବର୍ଣ୍ଣ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହେବେ ଏକତ୍ରିତ ହେବେ ତାହେଲେ ମୟୂରଭଞ୍ଜ କୁ ରାଜ୍ୟ ମାନ୍ୟତା ମିଳି ପାରିବ ବୋଲି ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ପ୍ରତିଶୃତି ଦେଇଛନ୍ତି l ପଦଯାତ୍ରାରେ ମାସା ଆର୍ମୀ ରାଜ୍ୟ ସଭାପତି ଶ୍ରୀ ମାରାଣ୍ଡି ଙ୍କ ସହିତ ଲକ୍ଷ୍ମୀକାନ୍ତ ବାସ୍କେ,ଟିକା ବାଦଲ ମାରାଣ୍ଡି,କରୁଣାକର ସରେନ,ସାଉନା ମୁର୍ମୁ ପ୍ରମୁଖ ସାମିଲ ଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.