ଭାରତୀୟ ଭଲିବଲ୍ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତଙ୍କ ମାନିଲା ଗସ୍ତ, ଏଫ୍ଆଇଭିବି ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗଦେବେ

କେନ୍ୟୁଜ୍(ବ୍ୟୁରୋ): ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଭଲିବଲ୍-ଏଫ୍ଆଇଭିବିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗଦେବା ପାଇଁ ଭାରତୀୟ ଭଲିବଲ୍ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ ଆଜି ମାନିଲା ଗସ୍ତ କରିଛନ୍ତି । ଜୁନ୍ ୨୩ରୁ ୨୬ ତାରିଖ ଯାଏ ଏଫ୍ଆଇଭିବିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଥିରେ ୨୨୨ଟି ଦେଶର ଭଲିବଲ୍ ସଂଘ ସଭାପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଭଲିବଲ୍ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ପ୍ରଥମ ଥର ଲାଗି ଭାରତୀୟ ଭଲିବଲ୍ ସଂଘର ସଭାପତି ଭାବେ ଡ. ସାମନ୍ତ ଏଥିରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ।
ଆଜି ଡ. ଅଚ୍ୟୁତ ସାମନ୍ତ ମାନିଲାରେ ପହଞ୍ଚିବା ପରେ ଏଫ୍ଆଇଭିବି ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗଦେବେ । ଏହା ସହ ବିଭିନ୍ନ ଦେଶରୁ ଆସିଥିବା ଭଲିବଲ ସଂଘର ସଭାପତିଙ୍କ ସହ ଭଲିବଲ୍ର ବିକାଶ ନେଇ ଡ. ସାମନ୍ତ ଆଲୋଚନା କରିବେ । ଏହି ଅବସରରେ ଏଫ୍ଆଇଭିବିର ସଭାପତି ଆରି ଗ୍ରାକା ଓ ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋ ପ୍ରମୁଖଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଡ. ସାମନ୍ତଙ୍କ ସହ ଭାରତୀୟ ଭଲିବଲ୍ ସଂଘର ସହସମ୍ପାଦକ ତଥା ଓଡ଼ିଶା ଭଲିବଲ୍ ଆସୋସିଏସନର ସମ୍ପାଦକ ଡ. ଗଗନେନ୍ଦୁ ଦାଶ ମଧ୍ୟ ମାନିଲା ଗସ୍ତ କରିଛନ୍ତି ।