ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ୍‌, ଡି. ଏସ୍‌. କୁଟ୍ଟେଙ୍କୁ ମିଳିବ ବିଶିଷ୍ଟ ସେବା ପଦକ

(କେନ୍ୟୁଜ): ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ୍‌ । ସିଏମ୍‌ଓ ସ୍ୱତନ୍ତ୍ର ସଚିବ ତଥା ବରିଷ୍ଠ ପୋଲିସ ଅଧିକାରୀ ଡି. ଏସ୍‌. କୁଟ୍ଟେଙ୍କୁ ମିଳିବ ବିଶିଷ୍ଟ ସେବା ପଦକ । ଏହାସହ ସହ ଭିଜିଲାନ୍ସ କନଷ୍ଟେବଳ ପ୍ରହ୍ଲାଦ କୁମାର ରାଉତଙ୍କୁ ବି ମିଳିବ ବିଶିଷ୍ଟ ସେବା ପଦକ ।

୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି. ଏସ୍‌. କୁଟ୍ଟେ । ପୂର୍ବରୁ ସେ ଯାଜପୁର, ରାଉରକେଲା ଓ ଗଜପତି ଏସପି ଥିଲେ । କେନ୍ଦ୍ରାଞ୍ଚଳ ଆଇଜି ଓ ଗୁଇନ୍ଦା ବିଭାଗ ଆଇଜି ଭାବରେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.