ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ କଲଚରାଲ ସେଣ୍ଟରରେ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଠାରେ ୧୭ ଜଣ ବାଳକ ବାଳିକାଙ୍କୁ ଏହି ପୁରସ୍କାର ଦିଆଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେବା ସହ ଅଭିବାଦନ କରିଛନ୍ତି । ପିଲା ମାନଙ୍କ କ୍ଷମତାକୁ ଚିହ୍ନି ସେହିପରି ସୁଯୋଗ ସୃଷ୍ଟି କରିବା ହେଉଛି ଆମ ପରମ୍ପରାର ଏକ ଅଂଶ।
ଏହି ପରମ୍ପରାକୁ ଆଗାମୀ ଦିନରେ କିଭଳି ବଜାଇ ରଖାଯାଇପାରିବ ସେହି ବିଷୟରେ ରାଷ୍ଟ୍ରପତି ଗୁରୁତ୍ଵ ଦେଉଥିଲେ। ୨୦୪୭ ରେ ଆମ ଦେଶ ସ୍ବାଧୀନତାର ଶତ ବାର୍ଷିକୀ ପାଳନ କରିବ ସେହି ସମୟରେ ପୁରସ୍କୃତ ହୋଇଥିବା ଏହି ପିଲାମାନେ ବଡ ହେଇ ନାଗରିକତ୍ବ ପାଇ ସାରିଥିବେ ବୋଲି ରାଷ୍ଟ୍ରପତି କହିଛନ୍ତି । ବିକଶିତ ଭାରତର ନିର୍ମାତା ଭାବେ ପୁରସ୍କାର ପାଇଥିବା ବାଳକ ଓ ବାଳିକା ମାନେ କାମ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।