ରାଜ୍ୟ

ଶ୍ରୀମନ୍ଦିରକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ଦେଶର ପ୍ରଥମ ମହିଳା ଶ୍ରୀମତି ସବିତା କୋବିନ୍ଦ ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କରି ଶ୍ରୀମନ୍ଦିରର ବିକାଶ ପାଇଁ ଆଗେଇ ଆସିବାକୁ ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ଓ ଓଡିଶାର ସାଢେ ୪ କୋଟି ଲୋକଙ୍କୁ ପ୍ରେରିତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ମହାମହିମ ରାଷ୍ଟ୍ରପତି ଓ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲସହ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବାର ସୌଭାଗ୍ୟ ଲାଭ କରି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ବିକାଶ ଅଭିଯାନରେ ସାମିଲ   ହୋଇଥିବାରୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀମନ୍ଦିର ବିକାଶ ଅଭିଯାନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାମିଲ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସମର୍ପଣ ନିଧି ଅର୍ପଣ କରି ବିଶ୍ୱର ଜଗନ୍ନାଥ ପ୍ରେମୀ ଏବଂ ସାଢେ ଚାରି କୋଟି ଓଡିଆଙ୍କୁ ଏଥିପାଇଁ ଆଗେଇ ଆସିବାକୁ ପ୍ରେରିତ କରିଛନ୍ତି । ଅନାଦି ଅନନ୍ତ କାଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ତାଙ୍କର ପବିତ୍ରତା ସହିତ ସଂଶ୍ଲିଷ୍ଟ ସବୁକିଛି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରିଚୟର ମୂଳବିନ୍ଦୁ ।

ଏହି ନିଧି ସମର୍ପଣ ଅଭିଯାନକୁ ଓଡ଼ିଶା, ଭାରତ ତଥା ବିଶ୍ୱରେ ଜନଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ପୁନର୍ବାର ସମସ୍ତଙ୍କୁ ନିବେଦନ କରିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିରକୁ ଏହି ଲକ୍ଷେ ଟଙ୍କା ଦାନ ଶ୍ରୀମନ୍ଦିର ବିକାଶ ପାଇଁ ଆଗେଇ ଆସିବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ବିକାଶ ପ୍ରକ୍ରିୟାରେ ଗରିବ ଠାରୁ ଗରିବ ପର୍ଯ୍ୟନ୍ତ ସାରା ବିଶ୍ୱର ଧନୀ ଶ୍ରେଣୀର ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତେ ସହଯୋଗୀ ହେବା ପାଇଁ ଏକ ନିଧି ସମର୍ପଣ ଅଭିଯାନ ଆରମ୍ଭ  କରିବା ପାଇଁ ଗଜପତି ମହାରାଜ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ । ଏହି ନିଧି ସମର୍ପଣ ପାଇଁ ପ୍ରଥମେ ଗଜପତି ମହାରାଜା ଏହି ନିଧି ସମର୍ପଣ ଅଭିଯାନର ନେତୃତ୍ୱ ନେବା ପାଇଁ ସେ ଅନୁରୋଧ କରିଥିଲେ । ପତ୍ର ଲେଖିବା ପୂର୍ବରୁ ଶ୍ରୀ ପ୍ରଧାନ ପ୍ରତ୍ୟକ୍ଷ ଭାବରେ ଶ୍ରୀମନ୍ଦିର ଆସି ନିଜ ବ୍ୟକ୍ତିଗତ ଦରମାରୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପୁରୀ ଜିଲ୍ଲାର ଦୁଇ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ଲଳିତେନ୍ଦୁ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ସମର୍ପଣ ନିଧି ପ୍ରଦାନ କରିଥିଲେ ।

ଇତିମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ୩୫ଟି ଦେଶର ଓଡ଼ିଆମାନେ ଅନଲାଇନ ପ୍ଲାଟଫର୍ମରେ ଯୋଡ଼ି ହୋଇ ମହାପ୍ରଭୁଙ୍କ ପାଇଁ ଅର୍ଥ ଦାନ ପାଇଁ ସହମତି ପ୍ରକାଶ କରିବା ସହ ଏହି କାମକୁ ଆଗେଇ ନେବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

4 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

6 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

46 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago