ବାଣୀବିହାର ପ୍ଲାଟିନମ ଜୁବଲି ସମାରୋହ ଉଦଯାପନୀ ଉତ୍ସବ, ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର (କେନ୍ୟୁଜ୍) : ୭୫ ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ। ପାଳନ କରୁଛି ପ୍ଲାଟିନମ ଜୁବଲି ଏହାର ଉଦଯାପନୀ ସମାରୋହରେ ଆଜି ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ଶିକ୍ଷା ଓ ଗବେଷଣାର ଉତ୍କର୍ଷରେ ପହଞ୍ଚିଛି ବାଣୀବିହାର।  ୧୯୪୩ ନଭେମ୍ବର ୨୭ ତାରିଖରେ ପ୍ରତିଷ୍ଠା ହୋଇଥିଲା  ଉତ୍କଳ ବିଶ୍ୱବିଦ୍ୟାଳୟ । ବାଣୀବିହାରରେ ଶିକ୍ଷା ଗ୍ରହଣ କରି ଅନେକ ପୂର୍ବତନ ଛାତ୍ରଛାତ୍ରୀ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛନ୍ତି। ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚି, ପୂର୍ବତନ ଆଇଏଏସ ସୀତାକାନ୍ତ ମହାପାତ୍ର, ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ ଆର ଖାନ, ବିଜୟ ପଟ୍ଟନାୟକ, ଓଡ଼ିଶାର ପ୍ରଥମ ମହିଳା ଆଇପିଏସ ସୌମ୍ୟା ମିଶ୍ର, କେରଳ ଡିଜିପି ଲୋକନାଥ ବେହେରା, କିଟ ଓ କିସ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କ ସହ ବହୁ ସ୍ୱନାମଧନ୍ୟ ବ୍ୟକ୍ତି ଏଠାରୁ ଶିକ୍ଷାଗ୍ରହଣ ସମାଜ ପାଇଁ ଦିଗଦର୍ଶକ ପାଲଟିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.