ବିଧାନସଭାକୁ ଆସୁଛନ୍ତି ରାଷ୍ଟ୍ରପତି, ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ଆଲୋଚନା  

ଭୁବନେଶ୍ବର: ପ୍ରଥମ କରି ବିଧାନସଭାକୁ  ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ।  ଆସନ୍ତାକାଲି ଠାରୁ ବିଧାନସଭାର  ଶୀତକାଳୀନ ଅଧିବେଶନ ଆରମ୍ଭ  ହୋଇ ଡିସେମ୍ବର  ୩୧ ପର୍ଯ୍ୟନ୍ତ ଚାଲିବ ।  ଗୃହ ସୁରୁଖୁରରେ ଚଲାଇବା ପାଇଁ ଆଜି ସର୍ବଦଳୀୟ ବୈଠକରେ ବାଚସ୍ପତି ସବୁ ଦଳର ସହଯୋଗ ଲୋଡିଛନ୍ତି ।

ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ,ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ ।  ତାସହ  ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଯୋଗ ଦେଇଥିଲେ ।

 

Also read: ରାସ୍ତା ରୁ ୨୬ ହଜାର ଟଙ୍କା ପାଇ ଫେରସ୍ତ କଲେ ହୃଦୟବାନ ବ୍ୟକ୍ତି, ସମସ୍ତେ କଲେ ପ୍ରଶଂସା