ଉତ୍କଳ ବିଶ୍ୱ ବିଦ୍ୟାଳୟର ସମାଵର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ଆସନ୍ତାକାଲି ଉତ୍କଳ ବିଶ୍ୱ ବିଦ୍ୟାଳୟର ସମାଵର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ବିଶ୍ୱ ବିଦ୍ୟାଳୟର ୫୩ ତମ ସମାଵର୍ତନ ଉତ୍ସବ ହେବ । ସନ୍ଧ୍ୟା ୫ଟା ୨୫ରେ ଆରମ୍ଭ ହେବ କାର୍ଯ୍ୟକ୍ରମ ।

କଟକ(କେନ୍ୟୁଜ୍‌): ଆସନ୍ତାକାଲି ଉତ୍କଳ ବିଶ୍ୱ ବିଦ୍ୟାଳୟର ସମାଵର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ବିଶ୍ୱ ବିଦ୍ୟାଳୟର ୫୩ ତମ ସମାଵର୍ତନ ଉତ୍ସବ ହେବ । ସନ୍ଧ୍ୟା ୫ଟା ୨୫ରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିବେ । ୧୬୬ ଜଣଙ୍କୁ ପିଏଚଡି ଏବଂ ୯୫ ଗୋଲଡ଼ ମେଡାଲ ଏବଂ ୬ ଜଣଙ୍କୁ ଏଣ୍ଡୋମେଣ୍ଟ ମିଳିବ । ସମ୍ମାନସୂଚକ ଡ଼କ୍ଟରକେଟ ଉପାଧିରେ ପାଇବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, IMD DG ମୃ ତ୍ୟୁଞ୍ଜୟ ମହାପାତ୍ର, ହିଣ୍ଡାଲକୋ ର ପରିଚାଳନା ନିର୍ଦେଶକ ସତୀଶ ପାଇ ସମ୍ମାନିତ ହେବେ ।

ସେହିପରି ମହାମହିମ ରାଷ୍ଟ୍ରପତିଙ୍କ କଟକ ଗସ୍ତକୁ ନେଇ ଆଜି କାରକେଡ ରିହରସଲ କରାଯାଇଛି । ମହାମହିମ ରାଷ୍ଟ୍ରପତି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଓଡିଶା ଶାଖାର ସ୍ବର୍ଣ୍ଣିମ ଜୟନ୍ତୀ ମହୋତ୍ସବକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆସନ୍ତା ମାର୍ଚ୍ଚ ୧ରେ ରହିଛି । ଭୁବନେଶ୍ୱରରୁ ରାଷ୍ଟ୍ରପତି ରାଜପଥ ଦେଇ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ରେ ପହଞ୍ଚିବେ । ଏଥିଲାଗି ସମସ୍ତ ପ୍ରକାର ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଲାଗି ୨୦ ପ୍ଲାଟୁନ ପୋଲିସ ମୃତୟନ ରହିବେ ।

You might also like