କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୋଲିସ,ଅଗ୍ନିଶମ ଓ ହୋମଗାର୍ଡ ମେଡାଲ ଘୋଷଣା, ଓଡ଼ିଶାରୁ ୧୯ ଜଣ ମନୋନୀତ

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୋଲିସ,ଅଗ୍ନିଶମ ଓ ହୋମଗାର୍ଡ ମେଡାଲ ଘୋଷଣା । ଚଳିତ ବର୍ଷ ରାଜ୍ୟର ୨ ଜଣଙ୍କୁ ରାଷ୍ଟ୍ରପତି ବିଶିଷ୍ଟ ସେବା ପଦକ, ୬ଜଣ ପୋଲିସ ସାହସିକତା ଓ ୧୧ ଜଣ ପ୍ରଶଂସନୀୟ ସେବା ମେଡାଲ ପାଇବାକୁ ମନୋନୀତ ହୋଇଛନ୍ତି । ଏସପି ସରୋଜ କୁମାର ସାମଲ ଓ କନେଷ୍ଟବଳ ସତ୍ଯବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ବିଶିଷ୍ଟ ସେବା ମେଡାଲ ମିଳିବ।
ଓଡ଼ିଆ ସିବିଆଇ ଅଧିକାରୀ IPS ଘନଶ୍ୟାମ ଉପାଧ୍ୟାୟଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଏସଆଇ ଗିରିଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ, ଉମେଶ ମୁଣ୍ଡ, କନେଷ୍ଟବଳ ପୀତାମ୍ବର ସତନାମୀ, କବିଚନ୍ଦ୍ର ରାଉତ ଓ ସୁଶାନ୍ତ କୁମାର ସାଗର ପୋଲିସ ସାହସିକତା ପୁରସ୍କାର ପାଇବେ । ଏସଆଇ ସେକ ଅବଦୁଲ ଫାୟାଜ, କନେଷ୍ଟବଳ ପାରିତୋଷ ମଣ୍ଡଳ, ମହମ୍ମଦ ତୋସିଫ ରବାନୀ, ତ୍ରିଲୋଚନ ବୁଦ୍ଧିଆ, ନରେଶ ଚୌଧୁରୀ, ଏଏସଆଇ ଶରତ ଚନ୍ଦ୍ର ବେହେରା, ତେଜବାହାଦୁର ଗୁରୁଙ୍ଗ, ହାବିଲଦାର ଅତୁଲ କୁମାର ବିଶ୍ବାଳ, ଜୟନ୍ତୀ ସୁନା, ମନୋଜ କୁମାର ଜେନା ଓ ଦେବୀ ପ୍ରସାଦ ମହାନ୍ତିଙ୍କୁ ପ୍ରଶଂସନୀୟ ସେବା ମେଡାଲ ମିଳିବ । ହୋମଗାର୍ଡ ଓ ସିଭିଲ ଡିଫେନ୍ସରେ ରାଷ୍ଟ୍ରପତି ବିଶିଷ୍ଟ ସେବା ମେଡାଲ ପାଇବେ ପ୍ରମୋଦ କୁମାର ରାଉତ ଓ ସୌଭାଗ୍ଯ ପ୍ରଧାନ।
ପ୍ରଶଂସନୀୟ ସେବା ମେଡାଲ ପାଇବେ ସଂଜୀବ ନାୟକ । କୁଅଁର ମାରାଣ୍ଡି ଓ ସୁଚିତ୍ରା ଦାସଙ୍କୁ କରେକସନାଲ ସର୍ଭିସ ମେଡାଲ ମିଳିବ । ଅଗ୍ନିଶମ ବାହିନୀରେ ରାଷ୍ଟ୍ରପତି ବିଶିଷ୍ଟ ସେବା ମେଡାଲ ପାଇବେ ଲିଡିଂ ଫାୟାରମ୍ୟାନ ଭ୍ରମରବର ସେଠ ଓ ପ୍ରଶଂସନୀୟ ସେବା ପାଇଁ ପ୍ରଶାନ୍ତ କୁମାର ସାହୁ,ବିଶ୍ବରଂଜନ,ଅଭିମନ୍ଯୁ ପ୍ରଧାନ,ନରେନ୍ଦ୍ର କୁମାର ଭଲ୍ଲା ।