ବିଜେବି କଲେଜ୍‌ ଛାତ୍ରୀ ଆତ୍ମହତ୍ୟା ମାମଲା: ରାଗିଂକୁ ନେଇ କୌଣସି ସୁରାକ୍‌ ମିଳିପାରିନାହିଁ: ଡିସିପି

ଭୁବନେଶ୍ୱର (କେନ୍ୟୁଜ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ଏଯାଏ ରାଗିଂ ନେଇ କୌଣସି ପ୍ରମାଣ ପାଇନି ପୋଲିସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ରୁଚିକାଙ୍କ ସହପାଠୀଙ୍କୁ ବି ପଚରାଉଚରା କରିଛି ପୋଲିସ । ରୁଚିକାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା ହୋଇଛି । ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନାହିଁ ।

ରାଗିଂ ନେଇ ବିଜେବି କଲେଜ ଛାତ୍ରଛାତ୍ରୀଙ୍କୁ ପଚରାଉଚରା ବି ହୋଇଛି । ରୁଚିକାଙ୍କ ଫୋନରୁ ସମସ୍ତ ଡାଟା ଅଣାଯାଉଛି । କିନ୍ତୁ ସଫଳତା ମିଳିପାରି ନାହିଁ । ସେଥିପାଇଁ ତାଙ୍କ ମୋବାଇଲ୍‌କୁ ସିଙ୍ଗାପୁରକୁ ପଠାଯାଉଛି । ମନୋବିଜ୍ଞାନୀଙ୍କ ସହାୟତା ନିଆଯାଉଛି। ରାଗିଂ ନେଇ କୌଣସି ତଥ୍ୟ ସାମ୍ନାକୁ ଆସୁନାହିଁ । ୩ଟି ଟିମ୍‌ ଗଠନ କରି ତଦନ୍ତ କରାଯାଉଛି । ମାମଲାର ଗୁରୁତ୍ୱକୁ ଦେଖି ତଦନ୍ତ ଚଳାଇଛି ପୋଲିସ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ୧୧ ଦିନ ବିତିଲାଣି । ଏବେ ବି ଆତ୍ମହତ୍ୟା ସସପେନ୍ସରୁ ହଟୁନି ପରଦା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.