ଜାନୁଆରୀ ୩ ରୁ ଖୋଲିବ ପ୍ରାଥମିକ ସ୍କୁଲ,୯ଟାରୁ ୧୨ ଟା ଯାଏ ଚାଲିବ ପାଠପଢ଼ା

ଭୁବନେଶ୍ୱର: ନୂଆବର୍ଷରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରାଥମିକ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନେଲେ ନିଷ୍ପତ୍ତି । ଜାନୁଆରୀ ୩ ତାରିଖରୁ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଯାଏ ଚାଲିବ କ୍ଲାସ ।
ସକାଳ ୯ଟାରୁ ୧୨ ଟା ଯାଏ ଚାଲିବ ପାଠପଢ଼ା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।
ପୂର୍ବ ଗାଇଡ୍ଲାଇନ୍ ଅନୁସାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ । ତେବେ ଯେଉଁଠି ପ୍ରଥମ ସମେଟିଭ୍ ପରୀକ୍ଷା ଚାଲିଛି, ସେହି ସ୍କୁଲ ଗୁଡ଼ିକ ଜାନୁଆରୀ ୧୦ ତାରିଖ ପରେ ଖୋଲିବ । ସ୍କୁଲ ଖୋଲିବା ନେଇ ଖୁବଶୀଘ୍ର ଜାରି ହେବ ଏସଓପି । ପାଖାପାଖି ଦୁଇ ବର୍ଷ ପରେ ଖୋଲିବ ପ୍ରାଥମିକ ସ୍କୁଲ ।