ପାଖାପାଖି ଦୁଇ ବର୍ଷ ପରେ ଖୋଲିବ ପ୍ରାଥମିକ ସ୍କୁଲ: କାଲିଠାରୁ ଶ୍ରେଣୀଗୃହକୁ ପଢ଼ିବାକୁ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା

କେନ୍ୟୁଜ୍(ବ୍ୟୁରୋ):  ସୋମବାରରୁ ରାଜ୍ୟରେ ଖୋଲିବ ପ୍ରଥମିକ ସ୍କୁଲ୍‌ । ଶ୍ରେଣୀଗୃହକୁ ପଢ଼ିବାକୁ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍କୁଲ ଗୁଡିକୁ ସାନିଟାଇଜ କରାଯାଉଛି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । କ୍ଲାସରୁମରେ ଅଫଲାଇନରେ ପାଠପଢ଼ା ଆରମ୍ଭ ହେବ । ଏହା ସହ ଅନଲାଇନ୍‌ରେ ମଧ୍ୟ ପାଠ ପଢାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଯିଏ ଚାହିଁବ ଅନଲାଇନ୍‌ରେ କ୍ଲାସ କରିପାରିବ। ପାଖାପାଖି ଦୁଇ ବର୍ଷ ପରେ ଖୋଲିବ ପ୍ରାଥମିକ ସ୍କୁଲ ।

primary school

ସ୍କୁଲ ପରିସରରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡାକଡି ଭାବେ ପାଳନ କରାଯିବ। ଏଥିପାଇଁ ସ୍କୁଲ କ୍ୟାମ୍ପସକୁ ସ୍ୱଛ ରଖାଯାଇଛି। ଗୋଟିଏ ଶ୍ରେଣୀରେ ୨୫ଜଣ ଛାତ୍ରଛାତ୍ରୀ ବସିବେ। ଏଥିସହ ୨୦୨୨ରେ ପରୀକ୍ଷା ଠିକ୍‌ ସମୟରେ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।