ସରସ୍ୱତୀ ପୂଜା ପରେ ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ, ପ୍ରସ୍ତୁତ ହେଉଛି ଏସ୍‌ଓପି

କେନ୍ୟୁଜ୍(ବ୍ୟୁରୋ):  ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । ଏଥିପାଇଁ ଏସ୍‌ଓପି ପ୍ରସ୍ତୁତ ହେଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ମାର୍ଗଦର୍ଶିକା ଜାରି କରାଯିବ । ଅଙ୍ଗନବାଡି ଖୋଲିଲାଣି, ଠିକ୍‌ ସମୟରେ ପ୍ରଥମରୁ ଅଷ୍ଟମ ଖୋଲିଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେଣୁ ସରସ୍ୱତୀ ପୂଜା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିପାରେ ।

ସେହିଭଳି ଆସନ୍ତା ୮ ତାରିଖ ଠାରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୋଭିଡ୍‌ କଟକଣା ଭିତରେ ପାଠପଢ଼ା ହେବ । କରୋନା ଯୋଗୁ ମାର୍ଚ୍ଚ ମାସରୁ ରାଜ୍ୟରେ ବନ୍ଦ ରହିଥିଲା ସ୍କୁଲ କଲେଜ । ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଛି ।ଏବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କୋଭିଡ କଟକଣା ମଧ୍ୟରେ ଶ୍ରେଣୀଗୃହ ଖୋଲିବା ସହ ଛାତ୍ରଛାତ୍ରୀମାନେ ସମସ୍ତ ନିୟମ ମାନିବାକୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.