ରାଜଭବନରୁ ବିଜେପି କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ବର : ଭୁବନେଶ୍ବର ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ରାଜଭବନରୁ ଏକ ରୋଡ ସୋରେ ବିଜେପି କାର୍ଯ୍ୟାଳୟକୁ ଯାଇଛନ୍ତି। ସେଠାରେ ଦଳୀୟ ନେତା ଓ କର୍ମକର୍ତ୍ତା ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ପାର୍ଟି ଅଫିସରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ମୋଦି ବୈଠକ କରୁଛନ୍ତି ।
ରାଜ୍ୟ ସରକାରଙ୍କ ୬ମାସର ଉପଲବ୍ଧି ଉପରେ ଆଲୋଚନା ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ମୋଦୀ ଦଳର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ବିରୋଧୀଙ୍କୁ କିଭଳି ଭାବେ ମାତ ଦେଇ ରାଜ୍ୟରେ ବିଜେପି ଆହୁରି ଆଗକୁ ଯିବ ସେନେଇ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଉଛି । ପାର୍ଟ ଅଫିସରେ ପ୍ରଧାନମନ୍ତ୍ରୀ ପ୍ରାୟ ୨ ଘଣ୍ଟା ଧରି ରହିବେ ।