ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ଟା ୫୦ରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏୟାରପୋର୍ଟରୁ ବାହାରି ଗାଡକଣ ଯାଇଛନ୍ତି । ସେଠାରେ PMAY ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଖିରି ଖାଇଛନ୍ତି । ମୋଦିଙ୍କ ପାଇଁ ଅନ୍ତର୍ଯ୍ୟାମୀଙ୍କ ବୋହୂ ସୁସ୍ୱାଦୁ ଖିରି ପ୍ରସ୍ତୁତ କରିଥିଲେ। ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ଗୃହପ୍ରବେଶ କରାଇଛନ୍ତି। ଏଠାରେ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ସହ ମନଖୋଲି କଥା ହୋଇଥିବାର ଦେଖିବାକୁ ମିଳିଛି। ଲୋକେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।
ଗାଡକଣରୁ ବାହାରି ଜନତା ମଇଦାନ ଅଭିମୁଖେ ବାହାରିଛନ୍ତି ମୋଦି । ଜନତା ମଇଦାନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାରବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଜନତା ମଇଦାନକୁ ଡଗ୍ ସ୍କ୍ବାର୍ଡ ଓ ବମ୍ ସ୍କ୍ବାର୍ଡ ଦ୍ବାରା ତନତନ ଯାଞ୍ଚ କରାଯାଇଛି । ଜନତା ମୈଦାନ ଓ ଗାଡ଼କଣକୁ ନିଜ ନିୟନ୍ତ୍ରଣକୁ ନେଇଛି ଏସପିଜି । ଭୁବନେଶ୍ବରର ଜନତା ମୈଦାନରେ ଯୋଜନାର ଶୁଭାରମ୍ଭ ଜନତା ମୈଦାନରେ କାର୍ଯ୍ୟକ୍ରମ ସ୍ଥଳରେ ପ୍ରାୟ ୭୦ହଜାରରୁ ଏକଲକ୍ଷ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି । ସୁରକ୍ଷାରେ ରହିବେ ୮୧ପ୍ଲାଟୁନ ପୁଲିସ ଓ ୨ କମ୍ପାନି ସିଆର୍ ପିଏଫ ।