ଆଜି ଭୁବନେଶ୍ବରରେ ପହଞ୍ଚିବେ ମୋଦି, ରାଜଭବନରେ କରିବେ ରାତ୍ରିଯାପନ

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ । ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀରେ ରୋଡ ସୋ କରିବେ । ୧ ଘଣ୍ଟାର ରୋଡ ସୋ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । ସେହିପରି କଟକ ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦି ।

ଭୁବନେଶ୍ବର (କେନ୍ୟୁଜ): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ । ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀରେ ରୋଡ ସୋ କରିବେ । ୧ ଘଣ୍ଟାର ରୋଡ ସୋ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । ସେହିପରି କଟକ ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦି ।

ମୋଦିଙ୍କ ସୁରକ୍ଷା ପ୍ରସଙ୍ଗରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ଲୁ ବୁକ୍ ଅନୁଯାୟୀ ହେବ । ହେଲିପ୍ୟାଡ ଓ ସଭାସ୍ଥଳରେ ଚାଲିଛି କଡ଼ାକଡ଼ି ଯାଞ୍ଚ । ଯାନବାହନ ଯାତାୟାତ ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୁରକ୍ଷାରେ ୩୦ ପ୍ଲାଟୁନ୍ ପୋଲିସ ମୁତୟନ ହେବେ।  କଟକ ଡିସିପିଙ୍କ ନେତୃତ୍ବରେ ୩ ଡିସିପି, ୬ ଏଡିସିପି, ୪୦ ଇନ୍ସପେକ୍ଟର ମୁତୟନ ରହିବେ ।  କଟକ ବାଲିଯାତ୍ରା ପଡ଼ିଆ ନୋ ଫ୍ଲାଇଂ ଜୋନ୍ ଓ ନୋ ଡ୍ରୋନ ଜୋନ୍ ହେବ ।

Leave A Reply

Your email address will not be published.