ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ମୟୂରଭଞ୍ଜରେ କ୍ୟାମ୍ପେନ କରିବେ । ବାରିପଦା ଛଉ ପଡ଼ିଆରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ଅପରାହ୍ଣ ୧ଟା ସମୟରେ ଏହି କାର୍ଯ୍ୟକ୍ରମ ରହିଛି। ଏହା ପରେ ବାଲେଶ୍ବରରେ କାର୍ଯ୍ୟକ୍ରମ । ବାଲେଶ୍ବରରେ ଅପରାହ୍ଣ ୨ଟା୩୦ରେ ମୋଦିଙ୍କ ନିର୍ବାଚନୀ ସଭା । ଆଜି ଓଡ଼ିଶାରେ ୩ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ମୟୂରଭଞ୍ଜରେ କ୍ୟାମ୍ପେନ କରିବେ । ବାରିପଦା ଛଉ ପଡ଼ିଆରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ଅପରାହ୍ଣ ୧ଟା ସମୟରେ ଏହି କାର୍ଯ୍ୟକ୍ରମ ରହିଛି। ଏହା ପରେ ବାଲେଶ୍ବରରେ କାର୍ଯ୍ୟକ୍ରମ । ବାଲେଶ୍ବରରେ ଅପରାହ୍ଣ ୨ଟା୩୦ରେ ମୋଦିଙ୍କ ନିର୍ବାଚନୀ ସଭା । ଆଜି ଓଡ଼ିଶାରେ ୩ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଶେଷରେ ରହିଛି କେନ୍ଦ୍ରାପଡ଼ା ପ୍ରଚାର । ଅପରାହ୍ଣ ସାଢ଼େ ୪ଟାରେ କେନ୍ଦ୍ରାପଡ଼ାରେ ସାଧାରଣସଭାକୁ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ବାରିପଦା ସହରରେ ଟ୍ରାଫିକ କଟକଣା କଡ଼ାକଡ଼ି କରାଯାଇଛି । ବାରିପଦା ବସଷ୍ଟାଣ୍ଡକୁ ସକାଳ ୬ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ନିଷେଧ କରାଯାଇଛି । ଦରଗାଡାହି ଅସ୍ଥାୟୀ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ । ବେତନଟି ଓ ବାଲେଶ୍ବରରୁ ଆସୁଥିବା ବସ୍ ଦରଗାଡାହି ଅସ୍ଥାୟୀ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିବେ।
ରାଇରଙ୍ଗପୁର, କରଞ୍ଜିଆପଟୁ ଆସୁଥିବା ବସ୍ ଦରଗାଡାହି ଅସ୍ଥାୟୀ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିବେ । ରାଇରଙ୍ଗପୁର, କରଞ୍ଜିଆପଟୁ ଆସୁଥିବା ଗାଡ଼ି ମୁର୍ଗାବାଡ଼ି ଛକରେ ଲୋକଙ୍କୁ ଓହ୍ଲାଇବେ । ବାଲେଶ୍ବର ଗୋଳେଇଠାରୁ କୌଣସି ୪ ଚକିଆ ଗାଡ଼ି ବଡ଼ଦାଣ୍ଡକୁ ନିଷେଧ କରାଯାଇଛି । ସେହିପରି ଭଞ୍ଜପୁର ଛକଠାରୁ ଷ୍ଟିଲ ଗୋଲେଇ ଛକ ପର୍ଯ୍ୟନ୍ତ କୌଣସି ବିନା ପାସ ଧରି ଗାଡ଼ି ଯାଇପାରିବ ନାହିଁ ।