ଜାନୁଆରୀ ୨୮ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୮ ଭୁବନେଶ୍ଵର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ”ଉତ୍କର୍ଷ ଓଡ଼ିଶା” ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜାନୁଆରୀ ୨୮ ଓ ୨୯ ତାରିଖ ଭୁବନେଶ୍ଵର ଜନତା ମଇଦାନରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ୨୮ ତାରିଖ ଦିଲ୍ଲୀରୁ ସ୍ଵତନ୍ତ୍ର ବିମାନ ଯୋଗେ ସିଧାସଳଖ ଭୁବନେଶ୍ଵର ଆସିବେ ମୋଦି ।
ସକାଳ ୧୦ ଟା ୩୫ ମିନିଟରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୧୦ ଟା ୪୦ ମିନିଟ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ପ୍ରଧାନମନ୍ତ୍ରୀ ସିଧା ଯିବେ ଜନତା ମଇଦାନ । ୧୦ ଟା ୫୫ ମିନିଟରେ ଜନତା ମଇଦାନରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
ପୂର୍ବାହ୍ନ ୧୧ ଟାରେ ଉତ୍କର୍ଷ ଓଡ଼ିଶା – Make in Odisha Conclave – 2025 କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ପୂର୍ବାହ୍ନ ୧୧ ଟାରୁ ମଧ୍ୟାହ୍ନ ୧୨ ଟା ୩୦ ମିନିଟ ପର୍ଯ୍ୟନ୍ତ ଉତ୍କର୍ଷ ଓଡ଼ିଶା – Make in Odisha Conclave – 2025 କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ପରେ ୧୨ ଟା ୩୫ ମିନିଟରେ ଜନତା ମଇଦାନର ବାହାରି ୧୨ ଟା ୫୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ୧୨ ଟା ୫୫ ମିନିଟରେ ସ୍ଵତନ୍ତ୍ର ବିମାନ ଯୋଗେ ଉତ୍ତରାଖଣ୍ଡ ଡେହେରାଡୁନକୁ ଯିବେ ।