ଭୁବନେଶ୍ବର : ଭୁବନେଶ୍ବର ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଟନ ଟିପି ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ମୋଦି । ମହିଳାଙ୍କ ଖାତାକୁ ଗଲା ପ୍ରଥମ କିସ୍ତି ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ୧୨୫୦ କୋଟି ୫୫ ହଜାର ଟଙ୍କା । ପ୍ରଥମ କିସ୍ତିରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୫ ହଜାର ଟଙ୍କା ।
ଉଦବୋଧନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୫ ବର୍ଷରେ ବିକାଶର ଶିଖରରେ ପହଞ୍ଚିବ ଓଡ଼ିଶା । ସାରା ଦେଶ କହିବ ଓଡ଼ିଶା ସୁନାର ଓଡ଼ିଶା । ଓଡ଼ିଶାର ପ୍ରତି ମହିଳାଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନାରେ ୧ କୋଟିରୁ ଉର୍ଦ୍ଧ୍ବ ମହିଳା ଉପକୃତ ହେବେ । ସରକାର ଗଠନ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲୁ। ଶ୍ରୀମନ୍ଦିର ଚାରି ଦ୍ବାର ଖୋଲା ଯାଇଛି । କୃଷକ ଓ ନାରୀ ସଶକ୍ତୀକରଣ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନୂଆ ପେନସନ୍ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ୧୦୦ ଦିନରେ ୧୧ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି । ବାସୁମତି ଚାଉଳ ଉପରୁ ଟିକସ ହ୍ରାସ କରାଯାଇଛି । RBI ଡିଜିଟାଲ କରେନ୍ସି ସହ ଯୋଡ଼ି ହେବ ଯୋଜନା । ଆୟୁଷ୍ମାନ ଯୋଜନାର ଲାଭ ପାଇବେ ଓଡ଼ିଶାବାସୀ ବୋଲି କହିଛନ୍ତି ମୋଦି । ଖୁବଶୀଘ୍ର ଓଡ଼ିଶାକୁ ମିଳିବ ନମୋ ଭାରତ ଏକ୍ସପ୍ରେସ । ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶା । ଆଇଟି ଓ ରେଲୱେ କ୍ଷେତ୍ରରେ ଓଡ଼ିଶାର ଦ୍ରୁତ ବିକାଶ ହେବ। ଓଡ଼ିଶାକୁ ମିଳିବ ହାଇଟେକ୍ ରେଲୱେ ଟ୍ରାକ। ପୁରୀରୁ କୋଣାର୍କକୁ ଗଡ଼ିବ ଟ୍ରେନ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହାସହ ଜନତା ମଇଦାନରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନରେ କହିଛନ୍ତି, ସରକାର ଗଠନର ୧୦୦ ଦିନ ମଧ୍ୟରେ ପ୍ରତିଶ୍ରୁତି ପାଳନ କରିଛୁ । ମହିଳାଙ୍କୁ ସ୍ବାବଲମ୍ବୀ କରିବା ସୁଭଦ୍ରା ଯୋଜନାର ଲକ୍ଷ୍ୟ । ଜନତା ମଇଦାନ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ସାମିଲ ଥିଲେ ।