୨୮ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫ । ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ ଥର ଓଡିଶା ଗସ୍ତ । ପ୍ରଥମେ ବିଜେପି ସରକାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ପରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ପରେ ଡିଜି ସମ୍ମିଳନୀ ଏବଂ ନିକଟରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଓଡିଶା ଆସିଥିଲେ ପ୍ରଧାନମନ୍ତ୍ରୀ ।

ସେହିପରି ଆସନ୍ତା ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଗତକାଲି ମୁଖ୍ୟ ଶାସନ ସଚିବ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ମୋଦି ଗସ୍ତ ବେଳେ କୌଣସି ତ୍ରୁଟି ଯେଭଳି ପରିଲକ୍ଷିତ ନ ହୁଏ ସେଥିପ୍ରତି ବୈଠକରେ ଗୁରୁତ୍ଵ ଦିଆଯାଇଥିଲା। ଜାନୁଆରୀ ୨୮ ତାରିଖ ସକାଳ ୮ଟା ୩୫ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ବାହାରି ପୂର୍ବାହ୍ନ ୧୦ଟା ୩୫ ମିନିଟ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ପୂର୍ବାହ୍ନ ୧୦ଟା ୫୫ ମିନିଟରେ ଜନତା ମୈଦାନରେ ପହଞ୍ଚିବେ। ୧୧ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ୧୨ଟା ୫୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିବେ।

 

ଆହୁରି ପଢନ୍ତୁ : ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ

You might also like