ଭୁବନେଶ୍ବର : ଡିଜି କନଫ୍ରେନ୍ସରେ ଯୋଗ ଦେଇ ୩ ଦିନ ଓଡିଶାରେ ରହିବେ ପ୍ରଧାନମନ୍ତ୍ରୀ । ୨୯ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୯, ୩୦ ଏବଂ ଡିସେମ୍ବର ୧ରେ ଓଡିଶାରେ ହେବାକୁ ଥିବା ଡିଜି କନଫ୍ରେନ୍ସରେ ଯୋଗ ଦେବେ । ଶେଷ ଯାଏଁ ନିଜେ ପ୍ରଧାନମନ୍ତ୍ରୀ କନଫ୍ରେନ୍ସରେ ଉପସ୍ଥିତି ରହିବେ ପ୍ରଧାନମନ୍ତ୍ରୀ । ତାଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ୩ ଦିନ ଓଡ଼ିଶାରେ ରହି କନଫ୍ରେନ୍ସରେ ଯୋଗ ଦେବେ । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଭୁବନେଶ୍ବରରେ ୩ ଦିନିଆ ଡିଜିପି ସମ୍ମିଳନୀରେ ଜାତୀୟ ସୁରକ୍ଷା ନେଇ ଆଲୋଚନା ହେବ । ଏହାସହ ଆଭ୍ୟନ୍ତରୀଣ ସୁରକ୍ଷା ଓ ମାଓ ମୁକାବିଲା ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି ।