୨୯ରୁ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ, ପ୍ରଧାନମନ୍ତ୍ରୀ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେବେ ଯୋଗ

୨୯ରୁ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ ।  ନଭେମ୍ବର୨୯ରୁ ଡିସେମ୍ବର ୧ ଯାଏ ତିନିଦିିନିଆ ବାର୍ଷିକ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ ।  ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଏନଏସଏ ଅଜିତ ଡୋଭାଲ ସାମିଲ ହେବେ ।  ଏହା ସହ ସବୁ ରାଜ୍ୟର ପୋଲିସ ମହନିର୍ଦ୍ଦେଶକଙ୍କ ସହ CRPF,BSF ଭଳି କେନ୍ଦ୍ରୀୟ ସୁରକ୍ଷା ବାହିନୀର ମୁଖ୍ୟ ଯୋଗ ଦେବେ ।

ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ଅପରାଧ ମୁକାବିଲା, ମାଓ ସମସ୍ୟା ମୁକାବିଲା ଭଳି ଗୁରୁତ୍ଵପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।  ବୈଠକରେ ପୋଲିସ ବିଭାଗରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ, ଆତଙ୍କବାଦ ମୁକାବିଲା, ଜେଲ ସଂସ୍କାର, ବିଭିନ୍ନ ରାଜ୍ୟର ପୋଲିସ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।  ୨୦୧୪ ଯାଏ ବାର୍ଷିକ ଡିଜିପି ସମ୍ମିଳନୀ ପ୍ରାୟତଃ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ।

୨୦୧୪ ପରେ ଏହା ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଛି ।  ୨୦୧୪ରେ ଗୌହାଟୀ, ୨୦୧୫ରେ ଗୁଜୁରାଟର ରାନ୍-ଅଫ୍-କଚ୍ଛ୍, ୨୦୧୬ରେ ହାଇଦ୍ରାବାଦ, ୨୦୧୭ରେ ଟେକାନପୁର BSF ଏକାଡେମୀରେ ଆୟୋଜିତ ହୋଇଥିଲା ।  ୨୦୧୮ରେ କେୱାଡ଼ିଆ, ୨୦୧୯ରେ ପୁନେରେ ହୋଇଥିବା ବେଳେ ୨୦୨୦ ଓ ୨୦୨୧ରେ କୋଭିଡ ଯୋଗୁଁ ସମ୍ମିଳନୀ ହୋଇପାରିନଥିଲା ।  ୨୦୨୨ରେ ଲକ୍ଷ୍ନୌ, ୨୦୨୩ରେ ଦିଲ୍ଲୀ ଓ ୨୦୨୪ ଜାନୁଆରୀରେ ଜୟପୁରଠାରେ ହୋଇଥିଲା ।

You might also like