ଝାଡୁ ମରାକୁ ନେଇ ଛାତ୍ରଙ୍କୁ ଆକ୍ରମଣ, ଅଭିଯୋଗ ପରେ ବୈଠକ କଲେ ପ୍ରଧାନ ଶିକ୍ଷକ

ବାଲେଶ୍ବର: ଝାଡୁ ମରାକୁ ନେଇ ଛାତ୍ରଙ୍କୁ ଆକ୍ରମଣ । ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କଲେ ଦଶମ ଶ୍ରେଣୀ ଛାତ୍ର । ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ପଂଚାୟତର ବଣଭୂଇଁ ଆଶ୍ରମ ସ୍କୁଲରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ସ୍କୁଲର ଦଶମ ଶ୍ରେଣୀ ଛାତ୍ରମାନେ ଜୁନିଅର ମାନଙ୍କୁ ଘର ଝାଡୁ କରିବାକୁ ବାଧ୍ୟ କରିଥିଲେ ।
ହେଲେ ପିଲାମାନେ ଝାଡୁ ନକରିବାରୁ ଦଶମ ଶ୍ରେଣୀ ଛାତ୍ର ସେମାନଙ୍କୁ ବାଡିରେ ଆକ୍ରମଣ କରିଥିଲେ । ଜୁନିଅର ମାନେ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବା ପରେ ଅଭିଭାବକ ଡାକି ବୈଠକ କରାଯାଇଥିଲା । ପରେ ଜନ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
Also read: ହଷ୍ଟେଲରେ ପିଜି ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ, ବ୍ରହ୍ମପୁର ଏମକେସିଜିରୁ ବିଦା ହେଲେ ୪ ଡାକ୍ତର