ପ୍ରିନ୍ସପାଲଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ, ଛାତ୍ରୀଙ୍କୁ ଚ୍ୟାମ୍ବରକୁ ଡାକୁଥିଲେ ଗାଲକୁ ଆଉଁସୁ ଥିଲେ

ରାୟଗଡା : ପ୍ରିନ୍ସିପାଲ କୁଆଡେ ନିଜ ଚ୍ୟାମ୍ବରକୁ ଡାକି ଛାତ୍ରୀ ମାନଙ୍କୁ କରୁଥିଲେ ଦୁର୍ବ୍ୟବହାର । କେତେବେଳେ ଗାଲରେ ହାତ ମାରୁଥିଲେ ତ କେତେବେଳେ କାନ୍ଧରେ ହାତ ପକାଇ ଦେଉଥିଲେ । ଆଉ ବାହାନା କରି ନିଜ ଚ୍ୟାମ୍ବରକୁ ଡାକୁଥିଲେ । ଏମିତି ଆହୁରି ଅନେକ ସାଂଘାତିକ ଅଭିଯୋଗ ନେଇ ଛାତ୍ରଛାତ୍ରୀମାନେ ପହଁଚିଛନ୍ତି କଲେକ୍ଟର ଅଫିସରେ ।
ହଁ ଆଜ୍ଞା ଛାତ୍ରଛାତ୍ରୀ କଲେଜ୍ ନଯାଇ ପହଁଚିଲେ କଲେକ୍ଟର ଅଫିସରେ । ଏତେ ସଂଖ୍ୟାରେ ପିଲାଙ୍କୁ କଲେକ୍ଟର ଅଫିସରେ ଦେଖି ସମସ୍ତେ ହୋଇଗଲେ ତାଜୁବ୍ । କଣ ହେଲା, କଣ ଘଟିଛି? ଯଦି କିଛି ସମସ୍ୟା ହେଇଥିବ ପିଲାମାନେ ଅଧ୍ୟକ୍ଷଙ୍କ ପାଖକୁ ନଯାଇ ଏଠି କଣ ପାଇଁ ଆସିଛନ୍ତି । କିନ୍ତୁ ଅଧ୍ୟକ୍ଷଙ୍କ ପାଖକୁ କେମିତି ବା ଯିବେ । ପିଲା ତ ତାଙ୍କରି ନାଁରେ ଅଭିଯୋଗ ନେଇ ପହଁଚିଛନ୍ତି ଏଠି । ହଁ ଆଜ୍ଞା ଯାହା ଶୁଣିଲେ ଠିକ୍ ଅଧ୍ୟକ୍ଷଙ୍କ ନାଁରେ ସାଂଘାତିକ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ ।
ରାୟଗଡା ଜିଲ୍ଲା ବିଶମକଟକରେ ଥିବା ସିଟି ସ୍କୁଲର ଛାତ୍ରଛାତ୍ରୀ ନିଜ ଅନୁଷ୍ଠାନର ପ୍ରିନସିପାଲଙ୍କ ବିରୁଦ୍ଦରେ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଅଭିଯୋଗ ବାଢିଛନ୍ତି । ବିଶମକଟକରୁ ଦୀର୍ଘ ୫୦ କିଲୋମିଟର ଆସି ଛାତ୍ରଛାତ୍ରୀମାନେ ରାୟଗଡା ଜିଲ୍ଲାପାଳଙ୍କ ନିକଟରେ ପ୍ରିନସିପାଲଙ୍କ ବିରୁଦ୍ଦରେ ଫେରାଦ ହେଇଛନ୍ତି । ଯେ ପ୍ରିନ୍ସିପାଲ କେମିତି ଛାତ୍ରୀନିବାସର ବାଥରୁମ୍ ଉପରେ କ୍ୟାମେରା ଲଗାଇଛନ୍ତି । ଯାହାକୁ ନେଇ ଅସୁରକ୍ଷିତ ଅନୁଭବ କରୁଛନ୍ତି ଛାତ୍ରୀମାନେ । ତେବେ ଶୁଣନ୍ତୁ ଏ ଛାତ୍ରୀ ଜଣଙ୍କ କଣ କହୁଛନ୍ତି ।
ଆହୁରି ମଧ୍ୟ ଅଭିଯୋଗ ଆସିଛି ଯେ ପ୍ରିନ୍ସପାଲ କୁଆଡେ ଲିଭରେ ଥିବା ଛାତ୍ରୀଙ୍କୁ କୁହନ୍ତି ମୁଁ ତୁମକୁ ଭଲ ପାଏ । ପଳେଇଆସ, ଜଲଦି ଚାଲି ଆସ । ଆହୁରି କେତେ କଣ ସବୁ ସମସ୍ୟାକୁ ସାମ୍ନା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ।କଲେଜରେ ମଧ୍ୟ ପ୍ରିନ୍ସପାଲ ମେଣ୍ଟାଲ ଓ ଫିଜିକାଲୀ ଟର୍ଚ୍ଚର କରୁଥିବା କଥା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ରାୟଗଡା ଅତିରିକ୍ତ ଜିଲ୍ଲାପାଳ ବିଚିତ୍ରା ସେଠୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ ମିଳିତ ଭାବେ ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗକୁ ଶୁଣିଛନ୍ତି । ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ କଡା ପଦକ୍ଷେପ ନିଆଯିବା ନେଇ ରାୟଗଡା ଜିଲ୍ଲାପାଳ ଛାତ୍ର ଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେମାନଙ୍କର ଅଭିଯୋଗ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଛାତ୍ରଛାତ୍ରୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ ବୋଲି ଧମକ ଦେଇଛନ୍ତି । ତେବେ ଏହାକୁ ନେଇ ଆମେ ଯେତେବେଳେ ସ୍କୁଲର ପ୍ରିନ୍ସପାଲଙ୍କୁ ପଚାରିଥିଲୁ, ସେ କିନ୍ତୁ କିଛି ଭିନ୍ନ ପ୍ରତିକ୍ରୀୟା ଦେଇଥିଲେ । ତାଙ୍କ ହିସାବରେ ଏ ସମସ୍ତ ଅଭିଯୋଗ ଯୋଜନାବଦ୍ଧ ଓ ଭିତ୍ତିହୀନ ଶୁଣନ୍ତୁ କଣ କହୁଛନ୍ତି ପ୍ରିନ୍ସିପାଲ ।