ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା କଏଦୀର ମୃତ୍ୟୁ

୨୦୦୯ ମସିହା ନଭେମ୍ବର ୧୧ ତାରିଖ ଠାରୁ ହତ୍ୟା ମାମଲାରେ ବନ୍ଦୀ ଥିବା ବେଳେ ୨୦୧୦ମସିହା ଅକ୍ଟୋବର ୮  ତାରିଖ ରେ ଆଜୀବନ ସଜା ଦେଇଥିଲେ କୋର୍ଟ । ପାରାଲିସିସ ରୋଗରେ ପୀଡିତ ହୋଇ କାରାଗାରରେ ଚିକିତ୍ସାଧୀନ ଥିଲେ କେଶବ ।

ଦେବଗଡ଼(କେନ୍ୟୁଜ୍): ଦେବଗଡ଼ ସ୍ୱତନ୍ତ୍ର ଉପ କାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା କଏଦୀର ମୃତ୍ୟୁ । ମୃତ ବନ୍ଦୀ ରିଆମାଳ ଥାନା ଭିତରପଦ ଗ୍ରାମର କେଶବ କୁମୁରା। ୨୦୦୯ ମସିହା ନଭେମ୍ବର ୧୧ ତାରିଖ ଠାରୁ ହତ୍ୟା ମାମଲାରେ ବନ୍ଦୀ ଥିବା ବେଳେ ୨୦୧୦ମସିହା ଅକ୍ଟୋବର ୮  ତାରିଖ ରେ ଆଜୀବନ ସଜା ଦେଇଥିଲେ କୋର୍ଟ ।

ପାରାଲିସିସ ରୋଗରେ ପୀଡିତ ହୋଇ କାରାଗାରରେ ଚିକିତ୍ସାଧୀନ ଥିଲେ କେଶବ । ଆଜି ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ମୃତ ଦେହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.