ଚୌଦ୍ୱାର ଜେଲ ଭିତରେ ପେସାଦାର ଅପରାଧୀ ହାପିର ସେଲ୍‌ଫି ଫଟୋ ଭାଇରାଲ

ଚୌଦ୍ୱାର: ଚୌଦ୍ୱାର ଜେଲ ଭିତରେ କଏଦୀଙ୍କ ସେଲ୍‌ଫି ଫଟୋ ଭାଇରାଲ। ଫଟୋ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଭାଇଚାଲ। କେଉଁଠି ଜେଲ ୱାର୍ଡ ସାମନାରେ ବସି କଏଦୀମାନେ ମୋବାଇଲରେ ଫଟୋ ଉଠାଉଛନ୍ତି ତ ଆଉ କେଉଁଠି ଗଞ୍ଜେଇ ଦଳିବାର ଫଟୋ ରହିଛି। ଆଶ୍ଚର୍ଯ୍ୟଜନକ ଭାବେ ତୃତୀୟ ଥର ପାଇଁ ୱାର୍ଡରେ ଥିବା ପେସାଦାର ଅପରାଧୀ କଟକ ମାଲଗୋଦାମ ନଦୀକୂଳ ସାହିର ହାପି ଓରଫ ବିଶ୍ୱଜିତ ମହାନ୍ତିର ଫଟୋ ଭାଇରାଲ ହୋଇଛି। ହାପି ସହ ଅନ୍ୟ ୪ ସହଯୋଗୀ ୫ନଂ ୱାର୍ଡ ବାହାରେ ଓ ଭିତରେ ସେଲଫି ନେଉଛନ୍ତି। ଦୁଇଟି ଯାକ ଫଟୋକୁ ସେ ନିଜ ଆଣ୍ଡ୍ରଏଡ ଫୋନରେ ଉଠାଇ ବାହାରକୁ ପଠାଇଛି। ୨୦୧୮ ଦଶହରା ସମୟରେ ଦୁର୍ଦ୍ଦାନ୍ତ ରାଜା ଓ ହାଡିଆ ନିଜ ସେଲଫି ଉଠାଇ ଭାଇରାଲ କରିଥିଲେ। ଗତବର୍ଷ ଡିସେମ୍ବର ୨ତାରିଖରେ ମଧ୍ୟ ସେଲଫି ଭାଇରାଲ ହୋଇଥିଲା। ବାରମ୍ବାର ଚୌଦ୍ୱାର ଜେଲ ମଧ୍ୟକୁ ଫୋନ ଯିବା ଘଟଣା ଜେଲ କର୍ତ୍ତୃପକ୍ଷଙ୍କ ଉପରକୁ ଆଙ୍ଗୁଳି ଉଠାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.