ଭୁବନେଶ୍ୱର ଝାରପଡ଼ା ଜେଲ୍‌ ଭିତରେ ଗଞ୍ଜେଇ ଆସର ସାଙ୍ଗକୁ ନାଗିନ୍ ଡ୍ଯାନ୍ସ , ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ୱର : ଜେଲ୍‌ରେ ନାଗିନ୍‌ ଡ୍ୟାନ୍‌ସ। ଭୁବନେଶ୍ୱର ଝାରପଡ଼ା ଜେଲ୍‌ ଭିତରେ ନାଚ ଗୀତ ସାଙ୍ଗକୁ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍‌ ହୋଇଛି। ସଂକୀର୍ତ୍ତନ ସାଙ୍ଗକୁ ଗଞ୍ଜେଇ ଧୂଆଁ। ଗୋଟିଏ ପଟେ ଜେଲ୍‌ ଭିତରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଅନ୍ୟ ପଟେ ଚାଲିଛି ନାଚ ଗୀତ।

ପଣା ସଂକ୍ରାନ୍ତି ଅବସରରେ ଏହି ଭିଡିଓ ସୁଟ୍‌ ହୋଇଥିବା ସନ୍ଦେହ କରାଯାଉଛି। ଗତ କିଛି ଦିନ ହେବ ଅପରେସନ୍‌ କ୍ଲିନ୍‌ଅପ୍‌ରେ ଚଢାଉବେଳେ ୧୩ଟି ମୋବାଇଲ୍‌ ଜବତ କରିଛି ଜେଲ୍‌ ବିଭାଗର ସ୍ୱତନ୍ତ୍ର ଟିମ୍‌। ତେବେ ଜେଲ୍‌ ଭିତରକୁ ଏତେ ସଂଖ୍ୟାରେ ଫୋନ୍‌ ଓ ମାଦକ ଦ୍ରବ୍ୟ କେମିତି ଆସିଲା ସେନେଇ ତାକୁ ନେଇ ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.