ଜିଲ୍ଲା ମୁଖ୍ୟ କାରାଗାରରୁ କଏଦୀ ଚମ୍ପଟ, ଜେଲ କର୍ତ୍ତୃପକ୍ଷ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ
କେନ୍ଦୁଝର : ଜିଲ୍ଲା ମୁଖ୍ୟ କାରାଗାରରୁ କଏଦୀ ଚମ୍ପଟ । ବଗିଚା କାମ କରୁଥିବା ବେଳେ ଫେରାର ହୋଇଛି କଏଦୀ । କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ ଚମ୍ପଟ ମାରିଛି କଏଦୀ । ଏକ ହତ୍ୟା ମାମଲାରେ ପରେଶ ମୁଣ୍ଡା ୨୦୧୪ରୁ ଜିଲ୍ଲା ମୁଖ୍ୟ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିଲା ।
ଦୀର୍ଘ ବର୍ଷ ଧରି ସେ ଜେଲ ବଗିଚାରେ କାମ କରି ଆସୁଥିଲା । ଗତକାଲି ଅପରାହ୍ନରେ ସେ ବଗିଚାରେ କାମ କରୁଥିବା ବେଳେ ସେଠାରୁ କୁଆଡ଼େ ଚମ୍ପଟ ମାରିଥିଲା । ଏନେଇ ଜେଲ କର୍ତ୍ତୃପକ୍ଷ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।