ଭୁବନେଶ୍ବର: ଜେଲରେ କଏଦୀ ମୋବାଇଲ ଫୋନ ରଖିବା ପ୍ରସଙ୍ଗକୁ ଗୁରୁତର ସହ ନେଇଛି ଜେଲ ବିଭାଗ । ଏଣିକି ଜେଲ୍ରେ କଡ଼ାକଡ଼ି ଯାଞ୍ଚ କରାଯିବ । ୩ଶହଟି ମୋବାଇଲ ଫୋନ ଲୋକେଟର କିଣାଯିବ । ଏହାର ମୂଲ୍ୟ ୭୫ ଲକ୍ଷ ଟଙ୍କା । ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି । ସେହିପରି ଚୋରା ମୋବାଇଲକୁ ଜଗିବ ମୋବାଇଲ ଫୋନ ଡିଟେକ୍ଟର । ରାଜ୍ୟର ୯୧ଟି ଜେଲରେ ଲାଗିବ ମୋବାଇଲ ଫୋନ ଡିଟେକ୍ଟର । ଜେଲ କର୍ମଚାରୀଙ୍କୁ ମଧ୍ୟ ମୋବାଇଲ ଫୋନ ମନା । ଭିଡିଓ କନଫରେନ୍ସିଂରେ ବିଭିନ୍ନ ମାମଲାରେ କଏଦୀଙ୍କ ଶୁଣାଣି ହେବ । ଚୌଦ୍ୱାର ଜେଲରୁ ଗ୍ୟାଙ୍ଗଷ୍ଟର ସକିଲ ସେଲଫି ଉଠାଇବା ପ୍ରସଙ୍ଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଜେଲ ଡିଜି ସୂଚନା ଦେଇଛନ୍ତି ।