ଇଏ ମହାପ୍ରଭୁଙ୍କ ଲୀଳା ନା ପ୍ରଶାସନର ତ୍ରୁଟି ? ନାଗାର୍ଜୁନ ବେଶ ଶେଷ ପରେ ବି ହବିଷ୍ୟାନ୍ନ ଉଦ୍‌ଯାପନ କରି ପାରୁ ନାହାନ୍ତି ସେବାୟତଙ୍କ ଧର୍ମପତ୍ନୀ

ପୁରୀ(କେନ୍ୟୁଜ୍‌): ଦୀର୍ଘ ୨୫ ବର୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ବୀର ନାଗାର୍ଜୁନ ବେଶ ଅତ୍ୟନ୍ତ ସୁରୁଖୁରୁରେ ଶେଷ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ବି କଷ୍ଟରେ ଜୀବନ ବିତାଉଛନ୍ତି ବେଶ ଯୋଗାଇଥିବା ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ପରିବାର । ବିଜୟାଦଶମୀ ଠାରୁ ସଂକଳ୍ପ କରିବା ସହ ହୋମଯଜ୍ଞ କରି ହବିଷ୍ୟାନ୍ନ ଭୋଜନ କରୁଥିବା ବଳରାମ ଖୁଣ୍ଟିଆଙ୍କ ଧର୍ମପତ୍ନୀ ମହାପ୍ରଭୁଙ୍କ ଦର୍ଶନ କରି ପାରି ନଥିବାରୁ ହବିଷ୍ୟାନ୍ନ ଉଦ୍‌ଯାପନ କରି ପାରୁ ନାହାନ୍ତି ।

ଉଭୟ ପତି ପତ୍ନୀ ମହାପ୍ରଭୁଙ୍କ ସେବାନିଷ୍ଠ ଥିଲେ । ସେ ଭିତରୁ କେବଳ ବଳରାମ ଖୁଣ୍ଟିଆ ସେବାୟତ ହୋଇଥିବାରୁ ସେ ଦର୍ଶନ କରି ପାରିଲେ। କିନ୍ତୁ ତାଙ୍କ ଧର୍ମପତ୍ନୀ ଦର୍ଶନ କରି ପାରି ନାହାନ୍ତି । ଏବେ ତାଙ୍କୁ କାହିଁକି ଶ୍ରୀମନ୍ଦିର ପ୍ରଶାସନ ଦର୍ଶନରୁ ବଞ୍ଚିତ କଲା ସେ ନେଇ ପ୍ରଶ୍ନ ଉଠିଛି।

NAGARJUNA_2

ମହାପ୍ରଭୁଙ୍କ ଦର୍ଶନ ପରେ ଯାଇ ହବିଷ୍ୟାନ୍ନ ଉଦଯାପନ କରିବେ ବୋଲି ତାଙ୍କ ଧର୍ମପତ୍ନୀ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ନାଗାର୍ଜୁନ ବେଶ ପ୍ରଦାନକାରୀ ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଅଭିଯୋଗ ଅନୁଯାୟୀ, ସେ ଅନେକ ଥର ଲିଖିତ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ନାଗାର୍ଜୁନ ବେଶର ପରମ୍ପରା ଅନୁଯାୟୀ ଓ ରେକର୍ଡ ଅଫ୍ ରାଇଟସ୍ ଅନୁଯାୟୀ ତାଙ୍କ ଧର୍ମପତ୍ନୀ ଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ଜଣାଇଛନ୍ତି । କିନ୍ତୁ ଏହାକୁ ଶ୍ରୀମନ୍ଦିର ପ୍ରଶାସନ କର୍ଣ୍ଣପାତ କରି ନାହାନ୍ତି ।

 

 

Leave A Reply

Your email address will not be published.