ଆନ୍ଦୋଳନ ଜାରି ରହିଲେ ସ୍ଥିତି ସଙ୍ଗୀନ ହେବ: ରାଜ୍ୟରେ ଏବେ ଆଳୁ, ପିଆଜ ଓ ଗ୍ରୋସରୀ ମହଜୁଦ ଅଛି

ଭୁବନେଶ୍ୱର : ରାଜ୍ୟରେ ଏବେ ଆଳୁ, ପିଆଜ ଆଉ ଗ୍ରୋସରି ସାମଗ୍ରୀ ମହଜୁଦ ରହିଛି । ଯଦି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଗକୁ ଜାରି ରୁହେ ତେବେ ସ୍ଥିତି ସଙ୍ଗୀନ ହେବ । ଏଥିପାଇଁ ସରକାର ଧ୍ୟାନ ଦେବା ଆବଶ୍ୟକ । ରାଜ୍ୟ ବାହାରୁ ଯାହା ଆସୁଛି ସେଥିରେ ବିଶେଷ କିଛି ସମସ୍ୟା ନାହିଁ ହେଲେ ରାଜ୍ୟ ଭିତରେ କିଛି ଲେନଦେନ କରିବାରେ ସମସ୍ୟା ଦେଖିବାକୁ ମିଳୁଚି । ଡ୍ରାଇଭର ମାଲ ନେଇ ଯିବାକୁ ଅମଙ୍ଗ ହେଉଛନ୍ତି ।

ବର୍ତ୍ତମାନ ସମୟରେ ଖାଉଟି ଙ୍କ ଉପରେ ଯଦିଓ କିଛି ସମସ୍ୟା ନହେବାର ସମ୍ଭାବନା ରହିଛି ତଥାପି ଆଗକୁ ଯଦି ଏହା ଜାରି ରୁହେ ତେବେ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ । ବର୍ତ୍ତମାନର ପରିସ୍ଥିତି କୁ ଦେଖି କିଛି ଖୁଚୁରା ଦୋକାନୀ କଳାବଜାରୀ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ଉପରେ ସରକାର ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଆହୁରି ପଢ଼ନ୍ତୁ : ତେଲ ସଙ୍କଟ ଆଶଙ୍କା ଟଳିଲା, ତରବରିଆ ହୋଇ କିଣନ୍ତୁ ନାହିଁ ପେଟ୍ରୋଲ : ସଞ୍ଜୟ ଲାଠ