ହୀରାକୁଦ ଏବେ କେତେ ଗଭୀର, ମାପିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ସମ୍ବଲପୁର(କେନ୍ଯୁଜ୍): ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ ପ୍ରକ୍ରିୟା ଆରମ୍ଭ। ଜଳଭଣ୍ଡାରରୁ ପଟୁମାଟି ପୋତି ହେବା ନେଇ ବିଭିନ୍ନ ସମୟରେ କରାଯାଇଥିବା ସର୍ଭେରୁ ଜଣାପଡିଛି। ଏନେଇ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ପଟୁ ମାଟି ପୋତି ହୋଇଛି ତାହା ଜଳଭଣ୍ଡାରର ଗଭୀରତା ମାପ ଦ୍ୱାରା ସ୍ପଷ୍ଟ ଜଣାପଡିବ ବୋଲି ଆଶା କରାଯାଉଛି।

ତେଣୁ ପଟୁ ମାଟି ସର୍ଭେ ସାଙ୍ଗକୁ ବ୍ୟାକ ୱାଟର ସର୍ଭେ କରାଯାଉଛି। କିଛି ମାସ ତଳେ ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ ପାଇଁ ଟେଣ୍ଡର କରାଯାଇଥିଲା। ସିଏଟ ଇଞ୍ଜିନିୟରିଂ ସଂସ୍ଥା ଏହି ଟେଣ୍ଟର ପାଇ ହୀରାକୁଦ ଜଳଭଣ୍ଡାରର କାମ ଆରମ୍ଭ କରିଛି। GPS ବ୍ୟବହାର କରି ଏହି ସର୍ଭେ କରାଯାଉଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡକୁ ୧୫୦ କିଲୋମିଟର ଏବଂ ତଳମୁଣ୍ଡରେ ୫୦ କିଲୋମିଟର ଯାଏଁ ଏହି ସର୍ଭେ କରାଯିବ। ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ।

Leave A Reply

Your email address will not be published.