ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ: ନବମ ମାର୍କ ଓ ୧୦ମ ଶ୍ରେଣୀର ପ୍ରି ବୋର୍ଡ ମାର୍କକୁ ଭିତ୍ତି କରି ହେବ ମୂଲ୍ୟାୟନ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ନବମ ଶ୍ରେଣୀର ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତି କରି ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ହେବ। ତା ସିହତ ଦଶମ ଶ୍ରେଣୀର ଇଣ୍ଟରନାଲ୍‌ ଆସେସମେଣ୍ଟ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ। ତେଣୁ ତୁରନ୍ତ ଟାବୁଲେସନ୍‌ କରି ରିପୋର୍ଟ ପଠାଇବାକୁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି।

ସମସ୍ତ ପ୍ରଧାନଶିକ୍ଷକ ଗୋଟିଏ ଦିନ ମଧ୍ୟରେ ରିପୋର୍ଟ ଦେବେ। ଏହାକୁ ଡିଇଓମାନେ ବୋର୍ଡ ୱେବସାଇଟ୍‌ରେ ପ୍ରଦାନ କରିବେ। ସମସ୍ତ ପ୍ରକ୍ରିୟା ଅନଲାଇନ୍‌ ମାଧ୍ୟମରେ ହେବ। ଯେଉଁ ସ୍କୁଲର ପ୍ରଧାନଶିକ୍ଷକ ଅନୁପସ୍ଥିତି ଥିଲେ ସଂପୃକ୍ତ ସ୍କୁଲର ରିପୋର୍ଟ ଦାଖଲ କରିବାର ବ୍ୟବସ୍ଥା ଡିଇଓ କରିବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏତେ କମ ସମୟ ମଧ୍ୟରେ ରିପୋର୍ଟ କେମିତି ଦିଆଯିବ ତାକୁ ବିରୋଧ କରିଛି ଓଷ୍ଟା। କରୋନା ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସ୍‌ଇ, ICSE ଦଶମ ବୋରଡ ଏବଂ ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ୍‌ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.