ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରଫେସର କୁଲଭୂଷଣ ବାଲୁନି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିର୍ଲା ଗ୍ଲୋବାଲ ବିଶ୍ଵବିଦ୍ୟାଳୟରେ କୁଳପତି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରଫେସର କୁଲଭୂଷଣ ବାଲୁନି ।  ଆଇଆଇଏମ୍ କୋଝିକୋଡ଼, ଆଇଆଇଏମ୍ କାଶୀପୁର ଏବଂ ଆଇଆଇଏମ୍ ଅମୃତସରର ନେତୃତ୍ବ ନେଇଥିବା ପ୍ରଫେସର ବାଲୁନିଙ୍କ ପାଖରେ ଶିକ୍ଷା ପ୍ରଶାସନ , ଗବେଷଣା ଏବଂ ସଂସ୍ଥାଗତ ବ୍ରାଣ୍ଡ ନିର୍ମାଣରେ ଅତୁଳନୀୟ ଅଭିଜ୍ଞତା ଏବଂ ଦକ୍ଷତା ରହିଛି ।

ପ୍ରଫେସର କୂଳଭୂଷଣ ବାଲୁନି ପରିବେଶ ନିରନ୍ତରତା ବିକାଶ ନୀତି ଏବଂ ସାମାଜିକ ଉଦ୍ୟୋଗଶୀଳତା ଉପରେ ତାଙ୍କର ଗବେଷଣା ପାଇଁ ପ୍ରସିଦ୍ଧ ।   ପ୍ରଫେସର ବାଲୁନି ୧୯୯୭-୧୯୯୮ ଶିକ୍ଷାବର୍ଷରେ ଆଇଆଇଏମ୍ କୋଝିକୋଡ଼ରେ ଯୋଗ ଦେଇଥିବା ପ୍ରତିଷ୍ଠାତା ଅଧାପକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।  ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ତାଙ୍କୁ ଆଇଆଇଏମ୍ କୋଝି କୋଡ଼ର ନିର୍ଦ୍ଦେଶନା ନିଯୁକ୍ତ କରାଯାଇଥିଲା । ଆଇଆଇଏମ୍ ଅନୁସରର ପ୍ରଥମ ପରାମର୍ଶଦାତା ନିର୍ଦ୍ଦେଶକ ଭାବରେ ସେ କାର୍ଯ୍ୟ କରିଛନ୍ତି ।  ୨୦୧୯କୁ ୨୦୨୪ ପର୍ଯ୍ୟ ଫଳପ୍ରଦ କାର୍ଯ୍ୟକାଳ ପରେ ପ୍ରଫେସର ବାଲୁନି ଆଇଆଇଏମ୍ କାଶୀପୁରରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like