ମହିଳା ତହସିଲଦାରଙ୍କୁ ଆକ୍ରମଣ, ଦୁର୍ବ୍ୟବହାର ଓ ଧମକ ଦେବା ଅଭିଯୋଗରେ ଅଧ୍ୟାପକ ଗିରଫ

ବାଲିଗୁଡ଼ା: ବାଲିଗୁଡ଼ାର ମହିଳା ତହସିଲଦାରଙ୍କୁ ଆକ୍ରମଣ, ଦୁର୍ବ୍ୟବହାର ଓ ଧମକ ଦେବା ଅଭିଯୋଗରେ ଅଧ୍ୟାପକ ଗିରଫ । ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତେଜେଶ୍ୱର ନାୟକଙ୍କୁ ଗିରଫ କରାଯାଇଛି । କୋଲକାତାରୁ ଅଧ୍ୟାପକଙ୍କ ପରିବାରର ଚାରି ଜଣ ସଦସ୍ୟ ମୁଣ୍ଡାସାହିରେ ଏକ ଶ୍ରାଦ୍ଧକ୍ରିୟାରେ ଯୋଗ ଦେବାକୁ ଆସିଥିଲେ ।

ତହସିଲଦାର ତଦନ୍ତ ପାଇଁ ପହଞ୍ଚିବା ପରେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଅଧ୍ୟାପକ । ଧକ୍କା ଦେଇ ତହସିଲଦାରଙ୍କୁ ତଳେ ପକାଇ ଦେଇଥିଲେ । ଏନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ତହସିଲଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.