ଉଦ୍ଭିଦବିଦ୍‌ ବିଜ୍ଞାନ ଅଧ୍ୟାପକ ପାଲଟିଲେ ସଫଳ ଚାଷୀ, ନିଜେ ରୋଜଗାର କରିବା ସହ ଅନ୍ୟକୁ ଦେଉଛନ୍ତି ନିଯୁକ୍ତି

ସମ୍ବଲପୁର(କେନ୍ଯୁଜ୍): ଉଦ୍ଭିଦବିଦ୍‌ ଦିବ୍ୟରାଜ ବେରିହା । ପେସା ତାଙ୍କର ଥିଲା ପାଠ ପଢ଼ାଇବା । ଉଦ୍ଭିଦ ବିଜ୍ଞାନର ସଫଳ ଅଧ୍ୟାପକ ଥିଲେ । ଛାତ୍ରଛାତ୍ରୀମାନଙ୍କୁ ଦେଉଥିଲେ ଭଲ ଭଲ ଶିକ୍ଷା। ଏପରିକି ଗଙ୍ଗାଧର ମେହେର ବିଶ୍ୱବଦ୍ୟାଳୟ, ଓୟୁଏଟି ଏବଂ କିଟ୍‌ ଭଳି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଉଥିଲେ । ହେଲେ ମନ ତାଙ୍କର ଟାଣି ହୋଇଗଲା ଚାଷକୁ । ଆଉ ଶେଷରେ ଚାକିରି ଛାଡ଼ି ଆରମ୍ଭ କଲେ ରିସର୍ଚ୍ଚ । ଆଉ କମ ସ୍ଥାନରେ ଆରମ୍ଭ କଲେ ଲାଭ ଜନକ ଚାଷ । ଉଦ୍ଭିଦବିଦ୍‌ ହୋଇଥିବାରୁ ବିଜ୍ଞାନ ସହ ଜୀବ ବିଜ୍ଞାନକୁ ମଧ୍ୟ ସାମିଲ କଲେ ନିଜ ଗବେଷଣାରେ । ବାୟୋଫ୍ଲକ୍ସରେ ମାଛ ଚାଷର ପ୍ରଥମେ ରିସର୍ଚ୍ଚ ଆରମ୍ଭ କାରି ସଫଳ ହେଲେ । ବିଭିନ୍ନ ପ୍ରଜାତିର ମାଛ ପ୍ରାକୃତିକ ଉପାୟରେ ଚାଷ କଲେ । ଛୋଟ ଛୋଟ ବନ୍ଧ ଖୋଳି ସେଥିରେ ଏହି ଚାଷ ଆରମ୍ଭ କଲେ ।

ଏହାପରେ ଦିବ୍ୟରାଜ ସମୁଦ୍ରରେ ହେଉଥିବା ପ୍ରକୃତିକ ମୋତି ଚାଷକୁ ନେଇ ଗବେଶଣା ଆରମ୍ଭ କରି ନିଜେ କୃତ୍ରିମ ଉପାୟରେ ମୋତି ଚାଷ ଆରମ୍ଭ କରିଛନ୍ତି । ଯାହାକି ଅନ୍ୟଚାଷଠାରୁ କେଇଗୁଣା ଲାଭଦାୟକ ବୋଲି କହିଛନ୍ତି । ଦିବ୍ୟରାଜ ତାଙ୍କର ଏହି କାମରେ ତିନି ଜଣଙ୍କୁ ରୋଜଗାର ମଧ୍ୟ ଦେଇପାରିଛନ୍ତି ।

ଏହାସହ ଛୋଟିଆ ଜାଗାରେ ଦେଶି କୁକୁଡ଼ା ସହ ଛେଳି ଚାଷ ମଧ୍ୟ କରିଛନ୍ତି । ସେହିପରି ଯେଉଁଠାରେ ଖାଲି ସ୍ଥାନ ମିଳିଲା ସେଠାରେ ପରିବା ଚାଷ ମଧ୍ୟ କରି ଲାଭବାନ ହୋଇ ପାରିଛନ୍ତି । ଏହାସହ ଦିବ୍ୟରାଜ କଳା ହଳଦୀ ସହ କଳା ଅଦାର ମଧ୍ୟ ଏବେ ରିସର୍ଚ୍ଚ ଜାରି ରଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.